କାଠମାଣ୍ଡୁ: ସୋସିଆଲ ମିଡିଆ ଏକ୍ସରେ କାଠମାଣ୍ଡୁ ମେୟର ବାଲେନ୍ ଶାହ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ମୋର ଆବେଦନ, ପ୍ରିୟ ଜେନ୍-ଜେଡ୍ ଏବଂ ସମସ୍ତ ନେପାଳୀ ନାଗରିକମାନେ, ଦେଶ ବର୍ତ୍ତମାନ ଅଭୂତପୂର୍ବ ପରିସ୍ଥିତିରେ ଅଛି। ଆପଣମାନେ ଏକ ସୁବର୍ଣ୍ଣ ଭବିଷ୍ୟତ୍‌ ପାଇଁ ପଦକ୍ଷେପ ନେଉଛନ୍ତି।

Advertisment

ଏହି ସମୟରେ ଭୟଭୀତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ଧରନ୍ତୁ । ବର୍ତ୍ତମାନ ଦେଶରେ ଏକ ଅସ୍ଥାୟୀ ସରକାର ଗଠିନ ହେବାକୁ ଯାଉଛି।ଏହି ଅସ୍ଥାୟୀ ସରକାରର କାମ ହେଉଛି ନିର୍ବାଚନ କରାଇବା ଏବଂ ଦେଶକୁ ନୂଆ ଆଦେଶ ଦେବା।

ପୂର୍ବତନ ମୁଖ୍ୟ ବିଚାରପତି ସୁଶିଲା କାର୍କିଙ୍କୁ ଏହି ଅସ୍ଥାୟୀ/ନିର୍ବାଚନୀ ସରକାରର ନେତୃତ୍ୱ ଦେବା ପ୍ରସ୍ତାବକୁ ମୁଁ ସମର୍ଥନ କରୁଛି। ଆପଣଙ୍କର ଦୃଷ୍ଟିକୋଣ ଓ ଏକତାକୁ ମୁଁ ସତ୍‍ସ୍ୱରୂପ ସମ୍ମାନ କରୁଛି। ଏହା ଦର୍ଶାଇବ, ଆପଣମାନେ କେତେ ପରିପକ୍ବ।

ଯେଉଁମାନେ ଏବେର ନେତୃତ୍ୱ ନେବା ପାଇଁ ଆତୁର, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି, ଦେଶକୁ ଆପଣଙ୍କର ଉତ୍ସାହ, ଚିନ୍ତାଧାରା ଓ ସତ୍ୟନିଷ୍ଠା ସ୍ଥାୟୀଭାବରେ ଆବଶ୍ୟକ, ଅସ୍ଥାୟୀ ଭାବରେ ନୁହେଁ। ସେଥିପାଇଁ ନିର୍ବାଚନ ହେବ। ଦୟାକରି ଆତୁର ହୁଅନ୍ତୁ ନାହିଁ।

ମହାମହିମ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସେ କହିଛନ୍ତି, ଜେନ୍-ଜେଡ୍ ଆଣିଥିବା ଐତିହାସିକ ବିପ୍ଲବକୁ ସୁରକ୍ଷା କରିବା ପାଇଁ, ଏକ ଅସ୍ଥାୟୀ ସରକାର ଗଠନ କରାଯାଇ ପାର୍ଲାମେଣ୍ଟକୁ ବିଲୋପ କରାଯିବା ଅତ୍ୟାବଶ୍ୟକ।

Nepal