କାଠୁଆ ଗଣଦୁଷ୍କର୍ମ-ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ଜେଲ୍‌

ନୂଆଦିଲ୍ଲୀ: କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ପଠାଣକୋଟ ଜିଲ୍ଲା ଦୌରାଜଜ୍‌ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଆଉ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜମ୍ମୁ କଶ୍ମୀରର କଠୁଆରେ ବଞ୍ଜାରା ସଂପ୍ରଦାୟର ଜଣେ ୮ ବର୍ଷୀୟ ଶିଶୁ ସହିତ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆଜି ଆସିଛି।  ପଠାନକୋଟର  ଅଦାଲତ ଆଜି ରାୟ ଶୁଣାଇ ସମସ୍ତ ସାତ ଅଭିଯୁକ୍ତଙ୍କ ଭିତରୁ ଛଅଜଣଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ମୁଖ୍ୟ ଅଭିଯୁକ୍ତ  ସଂଜିରାମ , ପୁଲିସ୍ ଅଧିକାରୀ ଦୀପକ ଖଜୁରିଆ, ସୁରେନ୍ଦ୍ର କୁମାର ,  ତିଲକ ରାଜ, ଆନନ୍ଦ ଦତ୍ତା ଏବଂ ପରବେଶ ଦୋଷୀକୁ ଦୋଷୀ ସାବ୍ୟସ୍ତ  କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ  ସଂଜିରାମର ପୁଅକୁ ଦୋଷମୁକ୍ତ କରାଯାଇଛି।

ଏହି ମାମଲାର ଶୁଣାଣି ବନ୍ଦ କୋଠରୀରେ ଜୁନ ୩ରେ ଶେଷ ହୋଇଥିଲା । ମାତ୍ର ଫଇସଲାକୁ ଅପେକ୍ଷା କରାଯାଇଥିଲା। ଶୁଣାଣି ବେଳେ ଜିଲ୍ଲା ଦୌରାଜଜ ତେଜିନ୍ଦର ସିଂହ ଘୋଷଣା କରିଥିଲେ ଯେ, ଜୁନ ୧୦ରେ ଫଇସଲା ଶୁଣାଯାଇପାରେ ।

୧୫ ପୃଷ୍ଠା ସମ୍ବଳିତ ଅଭିଯୋଗ ଫର୍ଦ୍ଦ ଅନୁସାରେ ଗତ ବର୍ଷ ଜାନୁଆରୀ ୧୦ ତାରିଖରେ ୮ ବର୍ଷୀୟ ଶିଶୁଙ୍କୁ ଅପହରଣ କରାଯାଇଥିଲା । ନାବାଳିକାକୁ ଏକ ମନ୍ଦିର ନିକଟକୁ ନିଆଯାଇ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଥିଲା । ତାକୁ ୪ ଦିନ ଯାଏ ଅଚେତ ଅବସ୍ଥାରେ ରଖାଯିବା ପରେ ହତ୍ୟା କରାଯାଇଥିଲା ।

ସମ୍ବନ୍ଧିତ ଖବର