କଠୁଆ ଦୁଷ୍କର୍ମ ମାମଲା: ୨ଜଣ ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୁଫତି

ଶ୍ରୀନଗର: କଠୁଆ ଦୁଷ୍କର୍ମ ଘଟଣା ପରେ ଜମ୍ମୁ କଶ୍ମୀରର ୨ଜଣ ବିଜେପି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର ଭାରତୀୟ ଜନତା ପାର୍ଟିର ୨ଜଣ ମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ସେ ଏହାକୁ ଜମ୍ମୁ କଶ୍ମୀର ରାଜ୍ୟପାଳ ନରିନ୍ଦର ନାଥ ଭୋରାଙ୍କୁ ପଠାଇବେ। ମିଡିଆ ରିପୋର୍ଟ ଅନୁସାରେ ମୁଫତି ମନ୍ତ୍ରୀ ଚନ୍ଦ୍ରପ୍ରକାଶ ଗଙ୍ଗା ଓ ଚୌଧୁରୀ ଲାଲ ସିଂହଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି।

ପିଡିପି ଓ ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଭାରତୀୟ ଜନତା ପାର୍ଟିର ଚନ୍ଦ୍ର ପ୍ରକାଶ ଓ ଲାଲ ସିଂହ ସେମାନଙ୍କର ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ମୁଖ୍ୟ ସତ ଶର୍ମାଙ୍କୁ ଦାଖଲ କରିଥିଲେ। ଦଳ ସେମାନଙ୍କର ଇସ୍ତଫା ପତ୍ରକୁ ଶନିବାର ଗ୍ରହଣ କରିଥିଲା।

କଠୁଆ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ରାଜ୍ୟରେ ବିକ୍ଷୋଭ ଓ ପ୍ରଦର୍ଶନ ହୋଇଛି। ଏହି ଘଟଣା ପରେ ଚନ୍ଦ୍ର ପ୍ରକାଶ କହିଛନ୍ତି ଘଟଣାର ସିବିଆଇ ତଦନ୍ତ ହେଉ। ଆାମେ କ୍ଷମତା ପାଇଁ ରାଜନୀତି କରୁ ନାହୁଁ। ଇସ୍ତଫା ପାଇଁ ମୋତେ କେହି ଯୋର କରି ନାହାନ୍ତି। ଏହା ମୋର ବ୍ୟକ୍ତିଗତ ଇଚ୍ଛା। ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି, ମୋର ଇସ୍ତଫା ଯଦି ଦଳର ଛବିକୁ ସୁରକ୍ଷା ଦେବ, ତାହା କରିବାରେ କୌଣସି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର