ପଠାନ୍କୋଟ୍/ ନୂଆଦିଲ୍ଲୀ: ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ କଠୁଆ ଗଣ ଦୁଷ୍କର୍ମ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଆଜି ତାଙ୍କର ରାୟ ପ୍ରକାଶ କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀମାନଙ୍କୁ ସେମାନଙ୍କ ଦଣ୍ଡାଦେଶ ଶୁଣାଇଛନ୍ତି।
ସ୍ୱତନ୍ତ୍ର ଅଦାଲତ ଏହି ଜଘନ୍ୟ ଗଣ ଦୁଷ୍କର୍ମ ମାମଲାରେ ମୋଟ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏହି ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତର ବିଚାରପତି।
ଏହି ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂଜକ ସଞ୍ଜୀ ରାମ, ପ୍ରଭେଶ କୁମାର ଓ ଦୀପକ ଖଜୁରୀଆକୁ ସ୍ୱତନ୍ତ୍ର ଅଦାଲତର ବିଚାରପତି ମୁଖ୍ୟ ଅପରାଧୀଭାବେ ଘୋଷଣା କରି ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ସେହିପରି ଅନ୍ୟ ତିନି ଅଭିଯୁକ୍ତ ଆନନ୍ଦ ଦତ୍ତ, ତିଲକ ରାଜ୍ ଓ ସୁରିନ୍ଦରକୁ ଏହି ଅପରାଧରେ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁର ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି।
AFPସ୍ୱତନ୍ତ୍ର ଅଦାଲତର ବିଚାରପତି ରଣବୀର ପେନାଲ କୋର୍ଡ (ଆରପିସି) ସମେତ ଭାରତୀୟ ଦଣ୍ଡବିଧି ଆଇନ୍ (ଆଇପିସି)ର ଧାରା ୧୨୦-ବି, ୩୦୨ ଓ ୩୭୬-ଡିରେ ଏହି ଅଭିଯୁକ୍ତମାନଙ୍କୁ ଅପରାଧୀ ଘୋଷଣା କରିବା ସହ ସେମାନଙ୍କ ପ୍ରତି ଉପରୋକ୍ତ ଦଣ୍ଡବିଧାନ ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଜମ୍ମୁ- କଶ୍ମୀରର କଠୁଆରେ ଅବସ୍ଥିତ ଏକ ମନ୍ଦିର ମଧ୍ୟରେ ଜନୈକା ୮ ବର୍ଷ ବୟସ୍କା ନାବାଳିକାକୁ ଜଘନ୍ୟ ଭାବେ ଗଣ ଧର୍ଷଣ କରାଯିବା ପରେ ତାକୁ ନିର୍ମମ ଭାବେ ହତ୍ୟା କରା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/kathua-rape1.jpg)