ଶିବ ମନ୍ଦିର ଭଙ୍ଗା ଯାଇ ନିର୍ମାଣ ହୋଇଛି ତାଜ୍‌ ମହଲ୍‌ : ବିନୟ କଟିଆର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ବିନୟ କଟିଆର୍‌ ବୁଧବାର କହିଛନ୍ତି ଯେ ଯେଉଁଠାରେ ତାଜମହଲ୍‌ ନିର୍ମାଣ ହୋଇଛୁ ସେଠାରେ ପୂର୍ବରୁ ଏକ ଶିବ ମନ୍ଦିର ଥିଲା। ସେହି ମନ୍ଦିରକୁ ଭଙ୍ଗା ଯାଇ ସେହି ସ୍ଥାନରେ ମୋଗଲମାନେ ତାଜ୍‌ମହଲ୍‌ ନିର୍ମାଣ କରିଛନ୍ତି। କଟିିଆର୍‌ ୧୯୯୦ ମସିହାରେ ହୋଇଥିବା ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ସେ କହିଛନ୍ତି ଯେ ତାଜ୍‌ମହଲ ପୂରାପୂରି ଭାବେ ସେଠାରେ ନିର୍ମାଣ ହୋଇଛି ଯେଉଁଠାରେ ପୂର୍ବରୁ ଶିବ ମନ୍ଦିର ରହିଥିଲା। ସେ ସମୟରେ ମୋଗଲ୍‌ମାନେ ସମସ୍ତ ହିନ୍ଦୁ ପୂଜାପୀଠଗୁଡ଼ିକୁ ନଷ୍ଟ କରି ଦେଇଥିଲେ।

ତାଜ୍‌ମହଲ ଯେ ଏକ ହିନ୍ଦୁ ମନ୍ଦିରର ଭଗ୍ନାଂଶ ଉପରେ ନିର୍ମିତ ହୋଇଛି, ଏବେ ବି ତାର ପାରିପାର୍ଶ୍ୱିକ ପ୍ରମାଣ ରହିଛି । ତାଜ୍‌ମହଲଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱରେ ହିନ୍ଦୁ ଦେବାଦେବୀଙ୍କ ଚିହ୍ନ ରହିଛି। ପୂର୍ବରୁ ସେଠାରେ ଏକ ଶିବ ଲିଙ୍ଗ ଥିଲା। ଯେଉଁ ଶିବ ଲିଙ୍ଗ ଉପରେ ପ୍ରାକୃତିକ ଭାବେ ଜଳପାତ ହେଉଥିଲା। ଯାହାକୁ ଧ୍ୱଂସ କରିଦିଆ ଯାଇଛି ବୋଲି କଟିଆର ମତ ଦେଇଛନ୍ତି।

‘ତାଜ୍‌ ମହଲ କାହିଁକି ଏବଂ କେଉଁ ପରିସ୍ଥିତିରେ ହୋଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହାକୁ ନିର୍ମାଣ କରିବା ପାଇଁ ବହୁ ଭାରତୀୟଙ୍କ ରକ୍ତ, ଝାଳ ବୋହିଛି ଏହା ହିଁ ସତ୍ୟ।’

 

ତାଜ ମହଲ ଭାରତୀୟ ସଂସ୍କୃତିକୁ ଦର୍ଶାଉଛି ବୋଲି ଉତ୍ତରପ୍ରଦେଶର ବିଜେପି ବିଧାୟକ ସମ୍ବିତ ସୋମ୍‌ ମତ ଦେବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ବିଧାୟକଙ୍କ ଏପରି ମନ୍ତବ୍ୟରେ ବିରୋଧୀ ଦଳ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଗତକାଲି, ମୁଖ୍ୟମନ୍ତ୍ରୀ ଯୋଗୀ ଏ ସଂପର୍କରେ ବିଧାୟକ ସୋମଙ୍କ କଥା କାଟି ଭିନ୍ନ ଧରଣର ମତ ରଖିଛନ୍ତି। ସେ କହିଛନ୍ତିି, ‘ତାଜ୍‌ ମହଲ କାହିଁକି ଏବଂ କେଉଁ ପରିସ୍ଥିତିରେ ହୋଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହାକୁ ନିର୍ମାଣ କରିବା ପାଇଁ ବହୁ ଭାରତୀୟଙ୍କ ରକ୍ତ, ଝାଳ ବୋହିଛି ଏହା ହିଁ ସତ୍ୟ।’

 

 

ସମ୍ବନ୍ଧିତ ଖବର