ଭୋପାଳ: ମଧ୍ୟପ୍ରଦେଶର ସିଭିଲ୍ ଜଜ୍ ଆଶାୟୀଙ୍କ ରହସ୍ୟମୟ ନିଖୋଜ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ତାଙ୍କୁ ଠାବ କରାଯାଇଛି। ଏବେ ଅର୍ଚ୍ଚନାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।
ଜାଣିବାକୁ ମିଳିିଛି ଯେ ନିଖୋଜ ସିଭିଲ୍ ଜଜ୍ ଆଶାୟୀ ଅର୍ଚ୍ଚନା ତିୱାରୀ ନିଖୋଜ ହୋଇନଥିଲେ ବରଂ ଯୋଜନାବଦ୍ଧ ଭାବରେ ପଳାଇ ଯାଇଥିଲେ। ୨୮ ବର୍ଷୀୟା ଯୁବତୀଙ୍କ ଉପରେ ତାଙ୍କ ପରିବାର ପକ୍ଷରୁ ତାଙ୍କ ପାଠପଢ଼ା ଛାଡି ବିବାହ କରିବାକୁ ନିରନ୍ତର ଚାପ ପଡୁଥିଲା। ସେହି ଚାପରୁ ସେ ନିଜକୁ ବଞ୍ଚାଇବା ପାଇଁ ନିଖୋଜ ହେବାର ନାଟକ ରଚି ନିଜେ ଘର ଛାଡ଼ି ପଳାଇ ଯାଇଥିଲେ।
ଦୀର୍ଘ ୧୨ ଦିନ ପରେ ମଙ୍ଗଳବାର ରାତିରେ ଉତ୍ତର ପ୍ରଦେଶର ଖେରି ଜିଲ୍ଲାରୁ ବହୁ ଖୋଜାଖୋଜି ପରେ ପୁଲିସ୍ ତିୱାରୀଙ୍କୁ ଶେଷରେ ଉଦ୍ଧାର କରିଛି। ବୁଧବାର ମଧ୍ୟାହ୍ନରେ ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପୁଲିସ ପ୍ରକାଶ କରିଥିଲା ଯେ ଓକିଲ ଅର୍ଚ୍ଚନା ତିୱାରୀଙ୍କ ଉପରେ ବିବାହ କରି ପାଠପଢ଼ା ଛାଡିବା ପାଇଁ ପରିବାର ଚାପ ଥିଲା। ତେଣୁ ସେ ପଳାଇଯିବାର ଯୋଜନା କରିଥିଲେ। ସେ ଏଥିପାଇଁ ତାଙ୍କ ବନ୍ଧୁ ସରାଂଶ ଏବଂ ଜଣେ ଡ୍ରାଇଭର ତିଜେନ୍ଦରଙ୍କ ସାହାଯ୍ୟ ନେଇଥିଲେ।
ତିୱାରୀ କିଛି ଦିନ ପାଇଁ ଲୁଚି ରହିବା ପାଇଁ ହାଇଦ୍ରାବାଦରେ ରହିଥିଲେ। କିନ୍ତୁ, ଯେତେବେଳେ ତାଙ୍କ ଖବର ପ୍ରସାରିତ ହେବା ଆରମ୍ଭ ହେଲା, ସେ ଭାରତ ଛାଡି ନେପାଳକୁ ସ୍ଥାନାନ୍ତର ହେବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଧରାପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/20/new-project-4-2025-08-20-15-25-17.jpg)