କ୍ୟାଟ୍ରିନାଙ୍କୁ କାନାଡ଼ାରେ ଦୁର୍ବ୍ୟବହାର

ନୂଆଦିଲ୍ଲୀ : ବଲିଉଡର ଖ୍ୟାତାନାମା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କାନାଡ଼ାରେ ନିକଟରେ ଦୁର୍ବ୍ୟବହାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। କ୍ୟାଟ୍ରିନା ସୁପର୍‌ଷ୍ଟାର ସଲ୍‌ମାନ ଖାନ୍‌ଙ୍କ ସହିତ ‘ଦ-ବଙ୍ଗ୍‌’ ଟରୁରେ ସପ୍ତାହକ ପୂର୍ବରୁ କାନାଡ଼ାର ଭେଙ୍କୋର ପହଞ୍ଚିଥିଲେ। ଏକ ଷ୍ଟେଜ୍‌ ସୋ ପରେ ସେ କାର୍‌ରେ ବସିବାକୁ ଯାଉଥିବା ବେଳେ କେତେକ ପ୍ରଶଂସକ ତାଙ୍କ ସହ ସେଲ୍‌୍‌ଫି ନେବାକୁ ଉଦ୍ୟମ କରିଥିଲେ। କ୍ୟାଟ୍ରିନା ମାତ୍ରାଧିକ କ୍ଲାନ୍ତ ଥିବା ଜଣାଇବା ପରେ ଜଣେ ମହିଳା ତାଙ୍କୁ ଠିକ୍‌ ଭାବେ ବ୍ୟବହାର କରିବାକୁ ଚେତାଇଥିଲେ। ଏହାପରେ ସେଠାରେ ଉପସ୍ଥିତ କିଛି ଯୁବକ ଯୁବତୀ ଆମେ ସଲ୍‌ମାନଙ୍କୁ ଦେଖିବାକୁ ଆସିଛୁ, ତୁମକୁ ଦେଖିବାକୁ ଚାହୁନାହୁଁ ବୋଲି କହିଥିଲେ। ଏହାକୁ ନେଇ କ୍ୟାଟ୍ରିନା ଏବଂ ଫ୍ୟାନ୍‌ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ସମ୍ବନ୍ଧିତ ଖବର