ପୃଥିବୀର ପ୍ରଥମ ଫଟୋ ପଠାଇଲା କାଟ୍ରୋସାଟ-୨

ଚେନ୍ନାଇ,: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱାରା ଗତ ଶୁକ୍ରବାର ମହାକାଶକୁ ପ୍ରେରଣ କରାଯାଇଥିବା ଉପଗ୍ରହ କାଟ୍ରୋସାଟ-୨ ପୃଥିବୀ ପୃଷ୍ଠର ପ୍ରଥମ ଫଟୋଚିତ୍ର ଉତ୍ତୋଳନ କରିଛି। ଇସ୍ରୋ ପକ୍ଷରୁ ଆଜି ଏହି ଫଟୋକୁ ସାର୍ବଜନୀନ କରାଯାଇଛି। ଚିତ୍ରରେ ଇନ୍ଦୋର ସମେତ ହୋଲକାର କ୍ରିକେଟ ଷ୍ଟାଡିୟମ୍‌ ରହିଛି। ପିଏସ୍‌ଏଲ୍‌ଭି-ସି୪୦ ଉତ୍‌କ୍ଷେପକ ଦ୍ୱାରା ନଜ କକ୍ଷପଥରେ ସ୍ଥାନିତ ହୋଇଥିବା ଏହି ଉପଗ୍ରହ ୪ ଦିନ ପରେ ଇସ୍ରୋକୁ ଏହାର ପ୍ରଥମ ଫଟୋ ପଠାଇ ସଫଳତାର ସହ କାର୍ଯ୍ୟ କରୁଛି ବୋଲି ପ୍ରମାଣ ଦେଇଛି।

ସମ୍ବନ୍ଧିତ ଖବର