ରାୟପୁର: ନକ୍ସଲ ପ୍ରଭାବିତ ଗାଁରେ ବାଇକ ଚଳାଇ ପହଞ୍ଚିଲେ ମନ୍ତ୍ରୀ | ପୁଲିସର ମନା କରିବା ସତ୍ୱେ ଶୁକ୍ରବାର ଦିନ ମନ୍ତ୍ରୀ କାୱାସୀ ଲଖମା ଛତିଶଗଡର ସୁକମା ଜିଲ୍ଲାର ଅତ୍ୟଧିକ ନକ୍ସଲ ପ୍ରଭାବିତ ଗାଁ ରେଗଡଗାଟାରେ ପହଞ୍ଚିଥିଲେ | ଅଜଣା ରୋଗ ହେତୁ ଏହି ଗ୍ରାମର ୬୧ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହେବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏହି ଅଜଣା ରୋଗକୁ ଗୁରୁତର ସହ ନେଇ ରାଜ୍ୟ ସରକାର ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗତକାଲି ଉକ୍ତ ଅଞ୍ଚଳର ବିଧାୟକ ତଥା ରାଜ୍ୟ ଅବକାରୀ ମନ୍ତ୍ରୀ କାୱାସୀ ଲଖମା ଏହି ଗାଁକୁ ଯାଇଥିଲେ |
ମନ୍ତ୍ରୀ କାୱାସୀ ଲଖମା କୋଣ୍ଟା ବ୍ଲକ ଠାରୁ ପ୍ରାୟ ୩୦ କିଲୋମିଟର ବାଇକ୍ ଚଳାଇ ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ ଏହି ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସମସ୍ୟା ବାବଦରେ ପଚାରି ବୁଝିଥିଲେ | ଏହା ସହିତ ଗତ କିଛି ବର୍ଷ ଧରି ସେହି ଅଂଚଳର ଗ୍ରାମବାସୀମାନେ ଫ୍ଲୋରାଇଡ୍ ଯୁକ୍ତ ପାନୀୟ ଜଳ ପିଇବାକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେଡିକାଲ କ୍ୟାମ୍ପ ଆୟୋଜନ କରି ଲୋକଙ୍କୁ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି |
ସୂଚନା ଥାଉ କି ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ମନ୍ତ୍ରୀ ନକ୍ସଲ ପ୍ରଭାବିତ ଗ୍ରାମ ରେଗଡଗାଟା ପରିଦର୍ଶନ କରିଛନ୍ତି। ତେବେ ଏସପି ସୁନୀଲ ଶର୍ମା ଏହି ଅଞ୍ଚଳର ସମ୍ବେଦନଶୀଳତାକୁ ଦର୍ଶାଇ ତାଙ୍କୁ ଗାଁ ଯିବାକୁ ବାରଣ କରିଥିଲେ। ସେ ନକ୍ସଲ ପ୍ରଭାବିତ ଅଞ୍ଚଳ ତଥା ଖରାପ ରାସ୍ତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, କିନ୍ତୁ ମନ୍ତ୍ରୀ କାୱାସୀ ଲଖମା ରେଗଡଗାଟା ଗ୍ରାମକୁ ଯିବାକୁ ଜିଦ୍ ଧରିଥିଲେ। ଏହା ପରେ ସିଆରପିଏଫ ଯବାନଙ୍କ କଡା ସୁରକ୍ଷା ମଧ୍ୟରେ ମନ୍ତ୍ରୀ କାୱାସୀ ଲଖମା ମୋଟରସାଇକେଲ ଯୋଗେ ରେଗଡଗାଟା ଗ୍ରାମରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/gggg.png)