ମୁମ୍ବାଇ: କୌନ ବାନେଗା କାରୋଡ଼ପତି(କେବିସି)ର ଦ୍ୱାଦଶ ସିଜିନ ପାଇଁ ଆଜିଠାରୁ ପୁଣି ଥରେ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି | ଆଜି ରାତି ୯ଟାରୁ କେବିସିର ପଞ୍ଜୀକରଣ ଆରମ୍ଭ ହେବ | କେବିସି-୧୨ର ଅଡିସନ ପୂର୍ବରୁ ଚାଲିଥିବାବେଳେ ନିର୍ମାତାମାନେ କେବଳ ସୋନିଲିଭ୍ ବ୍ୟବହାରକାରୀଙ୍କ ପାଇଁ ପଞ୍ଜୀକରଣ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି |
କେବିସି-୧୨ର ପଞ୍ଜୀକରଣ ପ୍ରକ୍ରିୟା ପୂର୍ବରୁ ମେ ୯ରେ ଆରମ୍ଭ ହୋଇ ମେ ୨୨ରେ ଶେଷ ହୋଇଥିଲା। ଏବେ ଏହାକୁ ପୁନଃ ଆରମ୍ଭ କରାଯାଉଥିବା ନେଇ ସୋନିଲିଭ୍ ଟ୍ୱିଟର ଜରିଆରେ ସୂଚନା ଦେଇଛି | ଟ୍ୱିଟରେ ଏକ ଭିଡ଼ିଓ ରହିଛି, ଯେଉଁଥିରେ ସୋ’ର ହୋଷ୍ଟ ବିଗ୍ ବି ଅମିତାଭ ବଚ୍ଚନ ସୋନିଲିଭ୍ ବ୍ୟବହାରକାରୀଙ୍କ ପାଇଁ ପଞ୍ଜୀକରଣର ଆରମ୍ଭ ହେଉଥିବା ନେଇ ସୂଚନା ଦେଇଛନ୍ତି |
#KBC12 registrations begin exclusively for SonyLIV users tonight at 9 PM. @SrBachchan @SonyTV pic.twitter.com/5D4KzOZwae
— sonyliv (@SonyLIV) June 25, 2020
ଏହି ରାଉଣ୍ଡରେ, କେବଳ ସୋନିଲିଭ୍ ଆପ୍ ବ୍ୟବହାରକାରୀମାନେ କେବିସି-୧୨ରେ ଅଂଶଗ୍ରହଣ କରିବାକୁ ପଞ୍ଜୀକୃତ ହେବେ |
ସେମାନଙ୍କ ନାମ ପଞ୍ଜିକରଣ କରିବାକୁ, ସୋନିଲିଭ୍ ଉପଭୋକ୍ତାମାନଙ୍କୁ ଆଜି ରାତି ୯ଟାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ | ଏହି ନୂତନ ପ୍ରଶ୍ନର ସେଟ୍ ଜୁନ୍ ୨୫ରୁ ଜୁଲାଇ ୩, ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେବା ସହ ଉପଭୋକ୍ତାମାନେ ପ୍ରଶ୍ନର ଉତ୍ତର ଦେଇପାରିବେ | ଏହି ରାଉଣ୍ଡ ପରେ, ମନୋନୀତ ଅଂଶଗ୍ରହଣକାରୀମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିଜିଟାଲ୍ ଅଡିସନ୍ ପାଇଁ ନିମନ୍ତ୍ରଣ କରାଯିବ।
ତେବେ କୌନ ବାନେଗା କାରୋଡ଼ପତି ସିଜନ-୧୨ ପାଇଁ କିଭଳି ପଞ୍ଜିକରଣ କରିବେ ଜାଣନ୍ତୁ........
-ସୋନିଲିଭ୍ ଅଫିସିଆଲ୍ ୱେବସାଇଟ୍, ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ ସୋନିଲିଭ୍ ଆପ୍ ଡାଉନଲୋଡ୍ କରନ୍ତୁ |
-ସୋନିଲିଭ୍ ଆପ୍ ଇନଷ୍ଟଲ କରି ଏହାକୁ ଖୋଲନ୍ତୁ |
-ଏହା ପରେ କେବିସି ଲିଙ୍କରେ କ୍ଲିକ୍ କରନ୍ତୁ |
-କେବିସି-୧୨ ପଞ୍ଜୀକରଣ କରିବା ପାଇଁ ଆଜି ରାତି ୯ଟା ପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ |
-ଏହା ପରେ ଫର୍ମରେ ଆବଶ୍ୟକ ବିବରଣୀ ପୁରଣ କରନ୍ତୁ |
-ଆବଶ୍ୟକ ବିବରଣୀ ପୁରଣ କରି ସାରିବା ପରେ ସବମିଟ ଉପରେ କ୍ଲିକ୍ କରନ୍ତୁ |
ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ନିଜ ଫୋନ ସ୍କ୍ରିନରେ ଏକ ବାର୍ତ୍ତା ଦେଖିବେ ଯେ ‘ଆପଣଙ୍କର କେବିସି-୧୨ ପଞ୍ଜିକରଣ ସମାପ୍ତ କରିଥିବାରୁ ଧନ୍ୟବାଦ’ |