କ’ଣ ଥିଲା ୭ କୋଟି ଟଙ୍କାର ପ୍ରଶ୍ନ, ଯାହାର ଉତ୍ତର ଦେଇପାରିଲେନି କେବିସିର ତୃତୀୟ କୋଟିପତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘କୌନ ବନେଗା କରୋଡ଼ପତି’ରେ ୧ କୋଟି ଟଙ୍କା ଜିତିପାରିଛନ୍ତି ଗୌତମ କୁମାର ଝା | ତାଙ୍କୁ ୭ କୋଟି ଟଙ୍କାର ପ୍ରଶ୍ନ କରାଯାଇଥିବା ବେଳେ ସେ କୌଣସି ରିସ୍କ ନେବାକୁ ଚାହିଁନଥିଲେ | ୭ କୋଟି ଟଙ୍କାର ପ୍ରଶ୍ନକୁ ଛାଡି ସେ ୧ କୋଟି ଟଙ୍କା ନେଇ ସୋ’ରୁ ଓହରି ଆସିଥିଲେ | ଗୌତମ କୁମାର ଝା ରେଳ ବିଭାଗରେ ଇଂଜିନିୟର ଥିବାବେଳେ ସୋ’ର ନିୟମ ମୁତାବକ ୧ କୋଟି ଟଙ୍କାର ଠିକ ଉତ୍ତର ଦେବା ପରେ ୭ କୋଟି ଟଙ୍କାର ପ୍ରଶ୍ନ ପଚରାଯାଇଥିଲା |

୭ କୋଟି ଟଙ୍କାର ପୁରସ୍କାରର ଉତ୍ତର ଦେବା ପାଇଁ ଗୌତମ କୁମାର ଝାଙ୍କ ପାଖରେ କୌଣସି ଲାଇଫଲାଇନ ନ ଥିଲା | ଅନ୍ୟପଟେ ଗୌତମଙ୍କୁ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଜଣା ନଥିଲା | ସେଥିପାଇଁ ସେ ୧ କୋଟି ଟଙ୍କାରେ ହିଁ ସନ୍ତୁଷ୍ଟ ହୋଇଯାଇଥିଲେ | ତେବେ ୭ କୋଟି ଟଙ୍କା ପାଇଁ ଏହି ପ୍ରଶ୍ନଟି ଥିଲା |

ପ୍ରଶ୍ନ: ଡର୍ବାନ, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ୨୦ ତମ ଶତାବ୍ଦୀ ଆରମ୍ଭରେ ମହାତ୍ମା ଗାନ୍ଧୀଙ୍କ ସହାୟତାରେ ସ୍ଥାପିତ ତିନିଟି ଫୁଟବଲ କ୍ଲବର ନାମ କଣ ଥିଲା ?
ଏହାର ଅପସନ ଗୁଡିକ ଯଥାକ୍ରମେ ଟୁଥ ସ୍ପିକରସ, ନନ ଭାଓଲେନଟସ, ପୋସିବ ରେଜିଷ୍ଟର୍ଡ ଓ ନନ କୋଅପରେଟର୍ସ ଥିଲା | ଏହାର ସଠିକ ଉତ୍ତର ପୋସିବ ରେଜିଷ୍ଟର୍ଡ ଥିଲା | କିନ୍ତୁ ଗୌତମ ଟୁଥ ସ୍ପିକରସ ବୋଲି କହିଥିଲେ | କିନ୍ତୁ ସେ ପ୍ରତିଯୋଗିତାରୁ ଓହରି ସାରିଥିବାରୁ ଟଙ୍କା ହରାଇବାକୁ ପଡ଼ିନଥିଲା |

ସମ୍ବନ୍ଧିତ ଖବର