ଏବେ କ’ଣ କରୁଛନ୍ତି କେବିସିର ପ୍ରଥମ ବିଜେତା ସୁଶିଲ କୁମାର!

ଏକଦା ଚହଳ ସୃଷ୍ଟି କରିଥିବା କୋନ ବନେଗା କେରାଡପତିର(କେବିସି)ର ପ୍ରଥମ ବିଜେତା ସୁଶିଲ କୁମାର ଜିତିଥିବା ୩.୬ କୋଟି ଟଙ୍କା ନେଇ ଏବେ କେଉଁଭଳି ଅବସ୍ଥାରେ ଅଛନ୍ତି ଜାଣିବାର ଆଗ୍ରହ ଆପଣଙ୍କ ଭିତରେ ନିଶ୍ଚୟ ରହିଥିବ। ଦୀର୍ଘ ବର୍ଷ ଧରି ଲୋକପ୍ରିୟତା ସାଉଁଟୁଥିବା ଏହି ସୋ’ରେ ଭାଗ ନେଇ ଅର୍ଥ ଉର୍ପାଜନ ସହ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିବା ନେଇ ଲୋକଙ୍କ ଭିତରେ ରହିଥାଏ ସ୍ୱତନ୍ତ୍ର ଆକର୍ଷଣ। ସୋନି ଟିଭିରେ ପ୍ରସାରିତ ଏହି ଶୋ’ଟି ଦେଶର ଘରେ ଘରେ ପରିଚିତ ଓ ଆଦୃତ। ଛୋଟ ଠାରୁ ବଡ଼ ସମସ୍ତେ ଏହାକୁ ଆପଣେଇଛନ୍ତି। ଆଉ ଏହି ସୋ’ ଟି ଯେତେଯେତେ ଏପିସୋଡ ଆଗକୁ ଯାଉଛି ତାର ବିଜେତାଙ୍କ ସଂଖ୍ୟା ମଧ୍ୟ ବଢିଛି ସେହି ମାତ୍ରାରେ।

ଯଦି ତୁମେ ୩.୬ କୋଟି ଜ୍ୟାକପଟ୍‌ ଜିତିବ , ଏହାକୁ ନେଇ କଣ କରିବ ? ଏମିତି ପ୍ରଶ୍ନ ଥିଲା କେବିସି-୫ର ୨୦୧୧ ମସିହାର ବିଜେତା ସୁଶିଲ କୁମାରଙ୍କୁ। ବିହାର, ମୋତିହାରିର ସେହି ଯୁବକ କେବିସିରେ ଭାଗ ନେଇ ରଚିଥିଲେ ସଫଳତା। ଆଉ ଜିତିଥିଲେ ୩.୬ କୋଟି ଟଙ୍କା। ଆଉ ଏହି ଅର୍ଥରେ ସଜାଡିଥିଲେ ନିଜର ପରିବାର। ଏହାରି ଭିତରେ ବିତି ଯାଇଛି ଅନେକ ବର୍ଷ। ଅନେକ ବିଜେତା କେବିସିରେ ଦେଖେଇଛନ୍ତି ନିଜର ଜ୍ଞାନର କରିସ୍ମା। ଆଉ ଜିତିଛନ୍ତି ଟଙ୍କା ରାଶି।

ଆପଣଙ୍କର ନିଶ୍ଚୟ ଜାଣିବାକୁ ଇଚ୍ଛା ହେଉଥିବ କେବିସି ସିଜିନ-୫ର ବିଜେତା ସୁଶିଲ କୁମାର ଏବେ କରୁଛନ୍ତି କ’ଣ ? ଏତେ ରକମର ଟଙ୍କା ନେଇ କଲେ କଣ ? ବ୍ୟବସାୟ ନା ଆଉ କିଛି ଯ ହଁ , ଏବେ ଏହି କେବିସି ବିଜେତା ଜଣେ ସରକାରୀ ସ୍କୁଲ ଶିକ୍ଷକ ଭାବେ ନିଜର ଭବିଷ୍ୟତ ଗଢିବାକୁ ଯାଉଛନ୍ତି। ଏବେ ନିକଟରେ ବିହାରର ଶିକ୍ଷକତା ଦକ୍ଷତା ପରୀକ୍ଷା (ଟିଇଟି) ଦେଇଛନ୍ତି। ଶିକ୍ଷକତାରେ ମାସିକ ଦରମା ପାଇବେ ୧୮ହଜାର। ସୁଶିଲ କୁମାର ହେଉଛନ୍ତି ଲୋକପ୍ରିୟ ଟିଭି ପ୍ରୋଗ୍ରାମ କେବିସିର ପ୍ରଥମ ବିଜେତା।

ଗତ ମାସରେ ଦ ହିନ୍ଦୁର ରିପୋର୍ଟ ଅନୁସାରେ , ସୁଶିଲ କୁମାର ଗରିବ ଦଳିତ ଶ୍ରେଣୀୟ ଛାତ୍ରଙ୍କୁ ମାଗଣାରେ ପାଠ ପଢାଉଛନ୍ତି। ନିଜ ଘରଠାରୁ କିଛି କିଲୋମିଟର ଦୂରରେ ଥିବା କୋଟୋୱା ବ୍ଲକର ମାଛରଗୱା ପଂଚାୟତରେ ୪୦ ଜଣ ପିଲାଙ୍କୁ ନେଇ ପଢାଉଛନ୍ତି ପାଠ। ବିନା ସ୍ୱାର୍ଥରେ ଗଢୁଛନ୍ତି ସେମାନଙ୍କର ଭବିଷ୍ୟତ। ଦ ହିନ୍ଦୁକୁ ସେ କହିଛନ୍ତି, ଏହି କାମରେ ସେ ଖୁବ୍‌ ଆନନ୍ଦ ଅନୁଭବ କରନ୍ତି। ଯେତେବେଳେ ସୁଶିଲ କୁମାର କେବିସିରେ ବିଜେତା ହୋଇଥିଲେ , ସେତେବେଳେ ସେ ଜଣେ କଂପ୍ୟୁଟର ଅପରେଟର ଭାବେ ମହାତ୍ମାଗାନ୍ଧୀ ନ୍ୟାସନାଲ ଏମ୍ପ୍ଲୟମେଂଟ ଗ୍ୟାରେଂଟି ଆକ୍ଟ ଅଫିସରେ କାମ କରୁଥିଲେ।

ଅର୍ଥ ପାଇବାରେ ସୁଶିଲ ପ୍ରଥମେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେବିସି ହୋଷ୍ଟ ଅମିତାଭ ବଚ୍ଚନ ଡିସେମ୍ବର ୨୦୧୧ରେ ସୁଶିଲଙ୍କୁ ୩.୬ କୋଟିର ଏକ ଚେକ୍‌ ପ୍ରଦାନ କରିଥିଲେ। ଏହି କେବିସିରୁ ପାଇଥିବା ଅର୍ଥରୁ କିଛି ଅଂଶରେ ସେ ତିଆରି କରିଥିଲେ ଦ୍ୱିମହଲ କୋଠା। ବର୍ତ୍ତମାନ ତାଙ୍କର ପୂରା ପରିବାରର ୧୯ ସଦସ୍ୟ ସେହି ଘରେ ରହୁଛନ୍ତି। ଅର୍ଥ ପାଇବା ପରେ ଏକ ଭଲ ଘର ତିଆରି କରି, ସେଥିରେ ପରିବାରକୁ ରଖିବା ତାଙ୍କର ପ୍ରଥମ ପ୍ରୟାସ ଥିଲା ବୋଲି ସୁଶିଲ କହିଛନ୍ତି।

ସୁଶିଲ ମଧ୍ୟ ମୋତିହାରିରେ ନିଜ ମା’ଙ୍କ ନାଁରେ ଏକ ପ୍ଲଟ୍‌ କିଣିଛନ୍ତି। ଆଉ ନିଜର ଭାଇ ଓ ଅନ୍ୟ ସଂପର୍କୀୟଙ୍କୁ ସେମାନଙ୍କର ବ୍ୟବସାୟ ପାଇଁ ସାହାଯ୍ୟ କରିଛନ୍ତି। ଯାହା ସେ ଦ ହିନ୍ଦୁକୁ କହିଛନ୍ତି। ସେ ମଧ୍ୟ ଦିଲ୍ଲୀରେ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଆରମ୍ଭ କରିଛନ୍ତି କ୍ୟାବ୍‌ ବିଜନେସ୍‌। ଆଉ କିଛି ଦୋକାନ କିଣିଛନ୍ତି ମୋତିହାରି ଟାଉନରେ। ଆଉ ବଳକା ଅର୍ଥକୁ ସୁଶିଲ ବ୍ୟାଙ୍କରେ ଡିପୋଜିଟ୍‌ ସୁଧ ଅର୍ଥ ପାଉଛନ୍ତି।

 

ସମ୍ବନ୍ଧିତ ଖବର