ମୋଦିଙ୍କ ଶପଥ ସମାରୋହରେ ଯୋଗ ଦେବେ ନାହିଁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ । ଏଥିପାଇଁ ଦେଶ ବିଦେଶରୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଓ୍ଵାଇ.ଜଗନମୋହନ ରେଡ୍ଡୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ, ତାମିଲନାଡୁ ମୁଖ୍ୟମନ୍ତରୀ ଇ.ପାଲାନିସ୍ୱାମୀ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ।

କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଓ୍ଵାଇ.ଜଗନମୋହନ ରେଡ୍ଡୀ ନିଜର ଦିଲ୍ଲୀଗସ୍ତକୁ ବାତିଲ କରିଛନ୍ତି । ସୁରକ୍ଷା କାରଣରୁ ଡିଜିସିଏ ଆଜି ଅପରାହ୍ଣ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଚାଟାର୍ଡ ବିମାନ ଉଡାଣ ଓ ଓହ୍ଲାଇବା ଉପରେ କଟକଣା ଜାରି କରିଥିବାରୁ ସେମାନେ ଦିଲ୍ଲୀକୁ ଆସିବା ସମ୍ଭବ ହେବ ନାହିଁ । ଏଥିପାଇଁ ସେମାନେ ନିଜର ଦିଲ୍ଲୀଗସ୍ତକୁ ବାତିଲ କରିଛନ୍ତି ।

ସମ୍ବନ୍ଧିତ ଖବର