ହିମନ୍ତ ବିଶ୍ବ ଶର୍ମାଙ୍କୁ ବହିଷ୍କାର କରିବାକୁ କେସିଆର୍‌ଙ୍କ ଦାବି

ନାଲଗୋଣ୍ଡା(ତେଲେଙ୍ଗନା) : ଆସାମ ମୁଖ୍ୟମନ୍ତ୍ରୀ ‌ହିମନ୍ତ ବିଶ୍ବ ଶର୍ମା ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିବାରୁ ତାଙ୍କୁ ବିଜେପି ତୁରନ୍ତ ଦଳରୁ ବହିଷ୍କାର କରୁ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ମୁଖ୍ୟ ଜଗତ ପ୍ରସାଦ ନଡ୍ଡା ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କେସିଆର୍‌ କହିଛନ୍ତି। ଜଣେ ସାଂସଦଙ୍କୁ ତାଙ୍କ ପିତାଙ୍କ ପରିଚୟ ନେଇ ଆସାମ ମୁଖ୍ୟମନ୍ତ୍ରୀ ଯେଭଳି ପ୍ରଶ୍ନ କରିଛନ୍ତି ଏହା କ’ଣ ଆମ ସଂସ୍କୃତି କି ବୋଲି କେସିଆର୍‌ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର