ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ସକାଳେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସକାଳେ କେସିଆର ପେଟରେ ଯନ୍ତ୍ରଣା ଅନୁଭବ କରିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଭିନ୍ନ ପ୍ରକାର ଟେଷ୍ଟ୍ ଏବଂ ଏଣ୍ଡୋସ୍କୋପି କରିବାପରେ ଜଣାପଡ଼ିଲା ଯେ କେସିଆରଙ୍କ ପେଟରେ ଘା’ ହୋଇଛି। ଏଥିପାଇଁ କେସିଆର୍ ଏବେ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେସିଆରଙ୍କ ଝିଅ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଗତକାଲି ଜେରା କରିଛି ଏବଂ ଆସନ୍ତା ୧୬ ତାରିଖରେ ପୁଣିଥରେ ଜେରା ପାଇଁ ସମନ୍ କରିଛି। ଏଭଳି ସମୟରେ କେସିଆର ଅସୁସ୍ଥ ହୋଇପଡ଼ିଛନ୍ତି।
କେସିଆର୍ ଅସୁସ୍ଥ
/sambad/media/post_attachments/wp-content/uploads/2023/03/kcr-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)