ହାଇଦ୍ରାବାଦ୍ : ଟିଆରଏସ୍ (ତେଲେଙ୍ଗାନା ରାଷ୍ଟ୍ର ସମିତି) ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ବିତୀୟ ଇନିଂସ ଆରମ୍ଭ ହୋଇଛି। ଦଳ ପାଇଁ ବଡ଼ ବିଜୟ ଆଣିଦେବା ପରେ ସେ କ୍ରମାଗତ ଦ୍ବିତୀୟ ଥର ପାଇଁ ଆଜି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ଶପଥ ଗ୍ରହଣ କରିଛନ୍ତି କେସିଆର। ରାଜଭବନ ପରିସରରେ ସ୍ବତନ୍ତ୍ର ଶପଥଗ୍ରହଣ ଉତ୍ସବରେ ରାଓଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଇଏସଏଲ୍ ନରସିଂହନ୍। ରାଓଙ୍କ ସହ ବିଧାନ ପରିଷଦ ସଦସ୍ୟ ମହମ୍ମଦ ମେହମୁଦ ଅଲି ମଧ୍ୟ ଆଜି ଜଣେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଟିଆରଏସ୍ ବିଧାନସଭା ନିର୍ବାଚନରେ ମୋଟ୍ ୧୧୯ ଆସନରୁ ୮୮ଟି ଆସନ ଦଖଲ କରି କ୍ଷମତାକୁ ଫେରିଛି। ଗତକାଲି ନବନିର୍ବାଚିତ ବିଧାୟକମାନେ ସର୍ବସମ୍ମତିକ୍ରମେ କେସିଆର୍ଙ୍କୁ ଟିଆରଏସ୍ ବିଧାନସଭା ଦଳର ନେତାଭାବେ ନିର୍ବାଚିତ କରିଥିଲେ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର୍
/sambad/media/post_attachments/wp-content/uploads/2018/12/KCR.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)