କେସିଆର୍‌ଙ୍କ ଲକ୍ଷ୍ୟ କଂଗ୍ରେସମୁକ୍ତ ତେଲେଙ୍ଗାନା

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ବିଧାନସଭାରେ ବହୁମତ ହାସଲ ପରେ ଏବେ ୨୦୧୯ ସାଧାରଣ ନିର୍ବାଚନ ଉପରେ ଆଖି ପକାଇଛନ୍ତି। ନିର୍ବାଚନ ପୂର୍ବରୁ ନିଜ ଦଳ ଟିଆର୍‌ଏସ୍‌କୁ ଅଧିକ ଶକ୍ତିଶାଳୀ ପାଇଁ ଯୋଜନା ତିଆରି କରିଛନ୍ତି। ରାଜ୍ୟକୁ କଂଗ୍ରେସମୁକ୍ତ କରିବା ଲାଗି ସେ ‘ଅପ‌ରେସନ୍‌ ଆକର୍ଷ’ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ କେସିଆର୍‌ କଂଗ୍ରେସ ବିଧାୟକମାନଙ୍କୁ ଟିଆର୍‌ଏସ୍‌ ଆଡ଼କୁ ଟାଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ବିଧାନସଭାରେ ସେ କଂଗ୍ରେସକୁ ବିରୋଧୀ ଦଳ ଭାବେ ମଧ୍ୟ ଦେଖିବାକୁ ଚାହାନ୍ତି ନାହିଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର