ହାଇଦ୍ରାବାଦ: ୧୧୯ ତେଲେଙ୍ଗାନା ବିଧାନସଭା ଆସନରୁ ୮୮ଟି ଅକ୍ତିଆର କରି କେ ଚନ୍ଦଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି( ଟିଆରଏସ) ତେଲେଙ୍ଗାନାରେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଗତକାଲି ବିଧାନସଭା ନିର୍ବାଚନ ଫଳାଫଳ ଏକତରଫା ଭାବେ ଟିଆରଏସ ଆଡ଼କୁ ଯିବା ପରେ ଉଲ୍ଲସିତ କାମଚଳା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଗାମୀ ଦିନରେ ଜାତୀୟ ରାଜନୀତିରେ ଟିଆରଏସ ବଡ଼ ଦାୟିତ୍ୱ ଓ ଭୂମିକା ତୁଲାଇବାର ସଙ୍କେତ ଦେଇଛନ୍ତି। ତେବେ ଟିଆରଏସ ସୂତ୍ରରୁ ପ୍ରକାଶ ଯେ ଆସନ୍ତା ଗୁରୁବାର ଦିନ କେ ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଶପଥ ଗ୍ରହଣ କରିବେ। ତେବେ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। କେ ଚନ୍ଦ୍ରଶେଖର ରାଓଙ୍କ ସହିତ ଅନ୍ୟ କେତେକ ମନ୍ତ୍ରୀ ଶପଥ ନେବେ ନାଁ ଗୁରୁବାର ଦିନ କେବଳ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ତାହା ଜଣାଯାଇ ନାହିଁ।

Advertisment

publive-image
ସୂଚନାଯୋଗ୍ୟ ଯେ ଚନ୍ଦ୍ରଶେଖର ରାଓ ଗଜେଓ୍ଵାଲ ନିର୍ବାଚନମଣ୍ଡଳିରୁ ୫୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ଚନ୍ଦ୍ରଶେଖର ରାଓଙ୍କ ପୁଅ କେ ଟି ରାମାରାଓ ୮୯,୯୦୯ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଗତ ନଭେମ୍ବର ୭ ତାରିଖରେ ଅନୁଷ୍ଠିତ ତେଲେଙ୍ଗାନା ନିର୍ବାଚନରେ କଂଗ୍ରେସ-ଟିଡ଼ିପି ମେଣ୍ଟ ରାଜ୍ୟରେ ମାତ୍ର ୨୧ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଆଇଏମଆଇଏମ ୭ଟି ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି।