ଜାତୀୟ ରାଜନୀତି ଉପରେ କେସିଆରଙ୍କ ନଜର: ଟିଆରଏସ୍‌ ଏବେ ବିଆର୍‌ଏସ୍‌

କବିତାଙ୍କ ଅନୁପସ୍ଥିତିକୁ ନେଇ ଜୋରଦାର ଚର୍ଚ୍ଚା

ହାଇଦ୍ରାବାଦ : ୨୦୨୪ ଲୋକସଭା ନିର୍ବା‌ଚନରେ ଜାତୀୟ ଭୂମିକା ପାଇଁ ଆଶା ରଖିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ନିଜ ଦଳର ନାମ ବଦଳାଇ ଦେଇଛନ୍ତି। ଟିଆର୍‌ଏସ୍‌ (ତେଲେଙ୍ଗାନା)ର ନାମ ବଦଳାଇ ଏହାକୁ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି) କରାଯାଇଛି। ୨୦୦୦ ଏପ୍ରିଲରେ ଆରମ୍ଭ ହୋଇଥିବା ଟିଆରଏସ୍‌କୁ କେସିଆର୍‌ ଜାତୀୟ ଦଳରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବୁଧବାର ଦଳୀୟ ନେତା ଏବଂ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀରେ କେସିଆର ଏହି ଘୋଷଣା କରିଛନ୍ତି।

ତେଲେଙ୍ଗାନା ଭବନରେ ଗତକାଲି ସେ ଦଳର ନାମ ବଦଳାଇ ଦେଇଥିଲେ। ଗତକାଲି ଦଳର ନାମ ବଦଳ ପାଇଁ ହୋଇଥିବା କାର୍ଯ୍ୟକ୍ରମରେ କେସିଆରଙ୍କ ଝିଅ କେ କବିତା ଅନୁପସ୍ଥିତ ଥିଲେ। ସେ ମଧ୍ୟ ଆଗାମୀ ଉପନିର୍ବାଚନ ଦାୟିତ୍ବରେ ଥିବା ପ୍ରଭାରୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଦଳରେ ତୀବ୍ର ବିଭେଦ ହୋଇଛି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ବୁଧବାର ଦିନ ଦଶହରା ଅବସରରେ ଟିଆରଏସ୍‌ର ନୂଆ ନାମ ଘୋଷଣା କରାଯାଇଛି। ଅସଉଦ୍ଦିନ ଅୱେସୀଙ୍କ ଏଆଇଏମ୍‌ଆଇଏମ ଏବଂ କର୍ଣ୍ଣାଟକ ଜେଡିଏସ୍‌ ସହ ବିଆର୍‌ଏସ୍‌ ମେଣ୍ଟ କରିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର