ନୂଆଦିଲ୍ଲୀ: ହାଇଦ୍ରାବାଦରେ ସ୍ବାମୀ ରାମାନୁଜାଚାର୍ଯ୍ୟଙ୍କ ୨୧୬ ଫୁଟ୍ର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଦେଶବାସୀଙ୍କୁ ଉତ୍ସର୍ଗ କରିବାପାଇଁ ପ୍ରଧାନମନ୍ତ୍ରୀ ଆଜି ହାଇଦ୍ରାବାଦ ଗସ୍ତ କରିଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାପାଇଁ ବିମାନବନ୍ଦର ନଯିବା ଘଟଣା ଚର୍ଚ୍ଚାରେ ରହିଛି। କେସିଆର୍ ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ମୋଦୀଙ୍କ ସ୍ବାଗତ ପାଇଁ ଯାଇନଥିଲେ। ତେବେ ବିଜେପି କେସିଆର୍ଙ୍କ ଏହି କାର୍ଯ୍ୟକୁ କଡ଼ା ସମାଲୋଚନା କରିଛି। କର୍ଣ୍ଣାଟକ ବିଜେପି ମୁଖ୍ୟ ବି. ସଂଜୟ କୁମାର କେସିଆର୍ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କୁମାର କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ନକରିବା ବିଷୟକୁ ଆମେ କଡ଼ା ନିନ୍ଦା କରୁଛୁ। ଏହା କ’ଣ ଆପଣଙ୍କ ସଂସ୍କୃତି କି ବୋଲି କୁମାର କେସିଆର୍ଙ୍କୁ ପ୍ରଶ୍ନ କରିଛନ୍ତି। ବିଜେପି ନେତା ସଂଜୟ କୁମାର କହିଛନ୍ତି, କେସିଆର ତାଙ୍କ ଫାର୍ମ ହାଉସ୍କୁ ଯାଇଥିଲେ କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡି ଏବଂ ତେଲେଙ୍ଗାନା ମନ୍ତ୍ରୀ ତାଲାସନି ଶ୍ରୀନିବାସ ଯାଦବ ଆଜି ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କଲେନି କେସିଆର୍: ତେଲେଙ୍ଗାନା ବିଜେପି ମୁଖ୍ୟଙ୍କ କଡ଼ା ସମାଲୋଚନା
ଏହା କ’ଣ ଆପଣଙ୍କ ସଂସ୍କୃତି?
/sambad/media/post_attachments/wp-content/uploads/2020/04/KCR-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)