ଦିଲ୍ଲୀ ମଦ ନୀତି ମାମଲାରେ ‘କେସିଆର୍‌’ଙ୍କ ଝିଅଙ୍କର ପୂର୍ବତନ ଅଡିଟର୍‌ଙ୍କୁ ଗିରଫ କଲା ‘ସିବିଆଇ’

ନୂଆଦିଲ୍ଲୀ: ପୂର୍ବରୁ ‘କେସିଆର୍‌’ଙ୍କ ଝିଅ କେ. କବିତାଙ୍କ ଅଧୀନରେ ଚାକିରି କରୁଥିବା ତେଲେଙ୍ଗାନାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ‘ସିବିଆଇ’ ଜାତୀୟ ରାଜଧାନୀକୁ ଡକାଇ ଦିଲ୍ଲୀ ମତ ନୀତି ମାମଲାରେ ଗିରଫ କରିଛି।

ଏହି ମାମଲାରେ ‘ସାଉଥ୍‌ ଗ୍ରୁପ୍‌’ର କେ. କବିତାଙ୍କ ପୂର୍ବତନ ଅଡିଟର୍‌ ବୁତ୍‌ଚି ବାବୁ ପ୍ରତିନିଧିତ୍ବ କରୁଥିଲେ। ଅସ‌ହଯୋଗ କରିବା ସହିତ ଏଡ଼ାଇ ଦେବା ଭଳି ଉତ୍ତର ଦେବା ଯୋଗୁଁ ମଙ୍ଗଳବାର ସନ୍ଧ୍ୟା ବେଳେ ତାଙ୍କୁ ଗିରଫ କରାଯାଇଥିବା କଥା ‘ସିବିଆଇ’ କହିଛି।

ସମ୍ପ୍ରତି ଉଚ୍ଛେଦ ହୋଇଯାଇଥିବା ଦିଲ୍ଲୀ ଅବକାରୀ ନୀତି ଗଠନ ଓ ପ୍ରଣୟନ କରିବାରେ ବାବୁଙ୍କ ଭୂମିକା ଥିବା କଥା ‘ସିବିଆଇ’ ଅଭିଯୋଗ କରିଛି। ଏହାଦ୍ବାରା ହାଇଦ୍ରାବାଦସ୍ଥିତ ପାଇକାରୀ, ଖୁଚୁରା ଲଇସେନ୍‌ସ୍‌ଧାରୀ ଏବଂ ସେମାନଙ୍କର ମାଲିକମାନେ ଅନୁଚିତ ଲାଭ ପାଇଛନ୍ତି।

Image Courtesy of NDTV

ଡିସେମ୍ବର ୧୨ ତାରିଖ ଦିନ ଏହି ମାମଲାରେ ହାଇଦ୍ରାବାଦରେ ‘ସିବିଆଇ’ ଟିମ୍‌ କେ. କବିତାଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ଆର୍ଥିକ ଅପରାଧ ଘଟଣା ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଛି ଯେ, କେ. କବିତା ‘ସାଉଥ୍‌ ସେଣ୍ଟ୍ରାଲ୍‌’ର ଭାଗୀଦାରି ଥିଲେ। ଏହି ମଦନୀତି ମାମଲାରେ ହୋଇଥିବା ଲାଞ୍ଚ କାରବାରରେ ସେ ଉପକୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର