ଭାରତୀୟ ତଟରକ୍ଷକ ବଳର ଦାୟିତ୍ୱ ନେଲେ କେ ନଟରାଜନ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷକ ବଳର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି କେ ନଟରାଜନ | ସେ ରାଜେନ୍ଦ୍ର ସିଂ ଙ୍କ ସ୍ଥାନରେ ଦାୟିତ୍ୱ ନେଇଥିବାବେଳେ ପୂର୍ବରୁ ସେ ପଶ୍ଚିମ ସାଗର ବୋର୍ଡର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ | ସେ ଗୁଜୁରାଟରୁ ଆରମ୍ଭ କରି କେରଳ ଯାଏଁ ଭାରତର ସମ୍ବେଦନଶୀଳ ସମୁଦ୍ର ସୀମାର ସୁରକ୍ଷାକୁ ବୁଝୁଥିଲେ | କେ ନଟରାଜନ ୧୯୮୪ ବ୍ୟାଚର ଅଧିକାରୀ ହୋଇଥିବାବେଳେ ବିଭିନ୍ନ ମହତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ |

ତଟରକ୍ଷକ ମୁଖ୍ୟ ଭାବେ ରାଜେନ୍ଦ୍ର ସିଂ ୩ ବର୍ଷ ଦାୟିତ୍ୱ ସମ୍ଭାଳିବା ପରେ ଆଜି ଅବସର ନେଇଛନ୍ତି | କେ ନଟରାଜନ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ଓ ସାମରିକ ଅଧ୍ୟୟନରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି |

ଦେଶ ପାଇଁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ତଟରକ୍ଷକ ପୁରସ୍କାର ପାଇଥିବା କେ ନଟରାଜନ ବହୁ ଗୁରୁତ୍ୱପୂର୍ଣ୍ଣ ଅପରେସନରେ ସାମିଲ ହୋଇଥିଲେ | ବିଶେଷ କରି ୨୬/୧୧ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରେ ନଟରାଜନଙ୍କୁ ପଶ୍ଚିମ ସମୁଦ୍ର ସୀମା ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା | ଯାହାକୁ ସେ ସଫଳତାର ସହ ସମ୍ପନ୍ନ କରିଥିଲେ |

ସମ୍ବନ୍ଧିତ ଖବର