ଷ୍ଟାଚ୍ୟୁ ଅଫ ୟୁନିଟି ଯୋଗୁଁ ଏହି ଛୋଟ ଟାଉନର ଭାଗ୍ୟ ବଦଳି ଯାଇଛି, ନିର୍ମାଣ ହେବ ରେଳ ଷ୍ଟେସନ

ବରୋଦରା : ଗୁଜୁରାଟର ଏକ ଛୋଟ ଟାଉନ କେବଡିଆ ନିକଟରେ ନର୍ମଦା ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅପ ୟୁନିଟି ଯୋଗୁଁ ଏ ଅଞ୍ଚଳର ଭାଗ୍ୟ ବଦଳିଯାଇଥିବା ଲକ୍ଷ୍ୟ କରାଯାଉଛି । ମାତ୍ର ୬ ହଜାର ଜନସଂଖ୍ୟା ବିଶିଷ୍ଟ କେବଡିଆ ପୂର୍ବରୁ ଅଜଣା ଥିଲା । କିନ୍ତୁ ଏବେ ଏହା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । ପ୍ରତିଦିନ ପ୍ରାୟ ୩୦ ହଜାର ଦର୍ଶକ ଏହି ଷ୍ଟାଚ୍ୟୁ ଦେଖିବାକୁ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଏଠାରେ ଏକ ରେଳ ଷ୍ଟେସନ ସ୍ଥାପନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ପୂର୍ବରୁ ଟ୍ରେନ ଧରିବାକୁ ହେଲେ କେବଡିଆ ବାସୀଙ୍କୁ ପ୍ରାୟ ୭୨ କିମି ଦୂରରେ ଥିବା ବରୋଦା ବା ୭୫ କିମି ଦୂରରେ ଥିବା ଭରୁଚକୁ ଯିବାକୁ ପଡୁଥିଲା । ଏଥିପାଇଁ ଦୂରରୁ ଷ୍ଟାଚ୍ୟୁ ଦେଖିବାକୁ ଆସୁଥିବା ଦର୍ଶକମାନେ ସମସ୍ୟାରେ ପଡୁଛନ୍ତି । ଏଥିପାଇଁ ଏହି ଟାଉନକୁ ରେଳ ଧାରଣା ବିଛାଇବା ସହ ଏକ ଷ୍ଟେସନ ନିର୍ମାଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଡିଆ ଯାଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରେଳ ଷ୍ଟେସନ ହେବା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସୁଥିବା ଦର୍ଶକ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର