ରୁଦ୍ରପ୍ରୟାଗ: କ୍ରମାଗତ ତୁଷାରପାତ ଯୋଗୁଁ ଦେଶର ଅନ୍ୟତମ ପୁରାତନ ତଥା ପବିତ୍ର ତୀର୍ଥସ୍ଥଳୀ କେଦାରନାଥ ଓ ବଦ୍ରିନାଥ ଧାମ ବର୍ତମାନ ଘନ ବରଫରେ ଢାଙ୍କି ହୋଇଛି। ମନୋରମ ବରଫାବୃତ କେଦାରନାଥ ଓ ବଦ୍ରିନାଥର ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। କେବଳ କେଦାରନାଥ ଓ ବଦ୍ରିନାଥ ନୁହେଁ ପର୍ଯ୍ୟଟକଙ୍କ ଅନ୍ୟତମ ପ୍ରିୟସ୍ଥଳୀ ଉତ୍ତରାଖଣ୍ଡର ତେହେରି-ଗରହୱାଲ ଜିଲ୍ଲାର ସୁରକଣ୍ଡା ଦେବୀ ପାହାଡ଼, ଚାମୋଲି ଜିଲ୍ଲାର ଅଉଲି, ହେମକୁଣ୍ଡ ସାହିବ, ଦି ଭ୍ୟାଲି ଅଫ୍ ଫ୍ଲାୱାର୍ସ, ନନ୍ଦାଦେବୀ ଜାତୀୟ ଉଦ୍ୟାନ, ଗଙ୍ଗୋତ୍ରୀ, ଯମୁନାତ୍ରୀ ଓ ଚକ୍ରତା ମଧ୍ୟ ଘନ ବରଫରେ ଢାଙ୍କି ହୋଇଛି। ପଶ୍ଚିମାବାୟୁର ପରିବର୍ତନ ଯୋଗୁଁ ଆଗାମୀ ଦିନରେ ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଆଦିରେ ବର୍ଷା ଓ ପ୍ରବଳ ତୁଷାରପାତର ସମ୍ଭାବନା ରହିଛି।
ଘନ ବରଫରେ ଢାଙ୍କି ହେଲା କେଦାରନାଥ ଓ ବଦ୍ରିନାଥ ଧାମ
/sambad/media/post_attachments/wp-content/uploads/2024/02/gjggdjj.jpg)