କେଦାରନାଥ ଧାମରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା​​ ହେଲିକପ୍ଟର, ଭାଇରାଲ ହେଲା ଭିଡିଓ

ଡେରାଡୁନ: କେଦାରନାଥ ଧାମରେ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତିଲା​​ ହେଲିକପ୍ଟର। ଶୁକ୍ରବାର ସକାଳେ ଅବତରଣ କରିବାର କିଛି ସମୟ ପୂର୍ବରୁ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ଏହା ପବନରେ ଗୋଲ ଗୋଲ ବୁଲିବା ଆରମ୍ଭ କରିିଥିଲା। ୨ ମିନିଟ୍ ପର୍ଯ୍ୟନ୍ତ ହେଲିକପ୍ଟର ଏଭଳି ବୁଲିବାରୁ ବିସ୍ଫୋରଣ ଘଟିବ ବୋଲି ସମସ୍ତେ ଭାବି ସାରିଥିଲେ। ହେଲେ ଶେଷରେ ହେଲିକପ୍ଟରଟି ବୁଲି ବୁଲି ଆସି ତଳେ କଚାଡି ହୋଇଯାଇଥିଲା। ଏହି ଘଟଣା ଘଟିବା ବେଳେ ଭିତରେ ୬ଜଣ ଯାତ୍ରୀ ଓ ଜଣେ ପାଇଲଟ ଥିଲେ। ଘଟଣାର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏହି ଦୁର୍ଘଟଣା ପରେ କେହି ଆହତ ହୋଇନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଏହି ହେଲିକପ୍ଟରଟି କ୍ରିଟନ୍ ଆଭିଏସନ୍ କମ୍ପାନିର ଥିଲା। ପୁଲିସର ସୂଚନାନୁସାରେ, ହେଲିକପ୍ଟରଟି ସକାଳ ୭ଟାରେ କେଦାରନାଥ ହେଲିପ୍ୟାଡରେ ଅବତରଣ କରିବାକୁ ଯାଉଥିଲା। ଅବତରଣ କରିବାର କିଛି ମିନିଟ୍ ପୂର୍ବରୁ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ଏହା ପବନରେ ବୁଲିବାକୁ ଲାଗିଥିଲା। ପରେ ପାଇଲଟ ହେଲିପ୍ୟାଡଠାରୁ ପ୍ରାୟ ୧୦୦ମିଟର ଦୂରରେ କ୍ରାସ୍ ଲ୍ୟାଣ୍ଡିଂ କରାଇଥିଲେ।

ସମ୍ବନ୍ଧିତ ଖବର