ଡେରାଡୁନ: ଖୋଲିବ ବାବା କେଦାରନାଥଙ୍କ ଧାମ୍ । ଆରମ୍ଭ ହେବ ଚାରିଧାମ ଯାତ୍ରା... ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ ଓ ସମୟ । ଯେଉଁ ସମୟକୁ ଯେଉଁ ମୁହୂର୍ତ୍ତକୁ କୋଟି କୋଟି ଶିବଭକ୍ତ ଅପେକ୍ଷା କରି ରହିଥିଲେ ଶେଷରେ ସେହି ସମୟ ଆସିଯାଇଛି ଆଉ ମହାଦେବ ବାବା କେଦାରନାଥଙ୍କ କପାଟ ଖୋଲିବାର ଦିନ ଓ ମୁହୂର୍ତ୍ତର ସ୍ଥିର ହୋଇଛି ।
ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ୟ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ ।
ତେବେ ଏକାଦଶ ଜୋତିର୍ଲିଙ୍ଗ ଭାବେ ପରିଚିତ ବାବା କେଦାରନାଥଙ୍କ ଧାମ ପ୍ରତି ବର୍ଷ ଶୀତଋତୁରେ ବନ୍ଦ ରୁହେ । ପ୍ରବଳ ତୁଷାରପାତ ପାଇଁ ୬ ମାସ ଏହି ଧାମ ବନ୍ଦ ରହୁଥିବା ବେଳେ ଏହି ୬ ମାସ ଯାଏଁ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରେ ବାବାଙ୍କ ପୂଜାର୍ଚ୍ଚନା କରାଯାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/26/AieyqkPq46UUvjelxP6c.jpg)