୨ ବର୍ଷ ପରେ ଖୋଲିଲା କେଦାରନାଥ ମନ୍ଦିର, ବିପୁଳ ସମାଗମ

ଉତ୍ତରାଖଣ୍ଡ  ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ଉତ୍ତରାଖଣ୍ଡର କେଦାରନାଥ ଧାମ ମନ୍ଦିର କପାଟ ଶକ୍ରବାର ସକାଳେ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲିଛି। ଏହି ଉପଲକ୍ଷେ ମନ୍ଦିରକୁ ୧୫ କ୍ବିଣ୍ଟାଲ ଫୁଲରେ ସଜାଯାଇଛି। ସକାଳ ୬ଟା ୨୫ରେ କପାଟ ଖୋଲିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ତାଙ୍କ ପତ୍ନୀ ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ମନ୍ଦିରରେ ପ୍ରାର୍ଥନା କରିଥିଲେ। କୋଭିଡ୍‌-୧୯ କାରଣରୁ ପ୍ରାୟ ଦୁଇ ବର୍ଷ ହେଲା ମନ୍ଦିର ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦୈନିକ ୧୨ ହଜାର ଶ୍ରଦ୍ଧାଳୁ କେଦାରନାଥ ଦର୍ଶନ କରିବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର