ଲଗାଣ ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ଅଧାରେ ଅଟକିଲା କେଦାରନାଥ ଯାତ୍ରା

ନୂଆଦିଲ୍ଲୀ: ଲଗାଣ ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ଅଧାରେ ଅଟକିଲା କେଦାରନାଥ ଯାତ୍ରା। ସୋମବାର ସକାଳଠୁ କ୍ରମାଗତ ଭାବେ ବର୍ଷା ହେଉଥିବାରୁ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଲଗାଣ ବର୍ଷା ଲାଗି ରହିଥିବା ବେଳେ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯାତ୍ରା ବନ୍ଦ ହେବା ପରେ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରକୁ ନ ଯାଇ ନିଜ ହୋଟେଲକୁ ଫେରିଯିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ରୁଦ୍ରପ୍ରୟାଗ ଅଞ୍ଚଳର ସର୍କଲ ଅଧିକାରୀ ପ୍ରମୋଦ କୁମାର କହିଛନ୍ତି, “ସୋମବାର ସକାଳୁ ଅରେଞ୍ଜ ଆଲର୍ଟ ଜାରି କରାଯିବା ସହ ଲଗାଣ ବର୍ଷା ହେବାରୁ ଚାଲିଚାଲି ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଅଟକାଇ ହୋଟେଲକୁ ଫେରିଯିବା ପାଇଁ ଆମେ ଅନୁରୋଧ କରିଛୁ । ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ପରିଦର୍ଶନ ନକରି ହୋଟେଲକୁ ସୁରକ୍ଷିତ ଫେରିଯିବାକୁ ଆମେ କହିଛୁ।

ସୂଚନା ଅନୁସାରେ, ଚଳିତ ମାସରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ ଖୋଲାଯିବା ସହ ଚାରଧାମ ଯାତ୍ରା ଆରମ୍ଭ ହୋଇଥିଲା । କେଦାରନାଥ ମନ୍ଦିରର ଦ୍ବାର ମେ’ ୬ରେ ଖୋଲା ଯାଇଥିବାବେଳେ ବଦ୍ରିନାଥଙ୍କ ଦ୍ୱାର ମେ’ ୮ରେ ଖୋଲା ଯାଇଥିଲା । କେଦାରନାଥ ଧାମର ଦ୍ବାର ଖୋଲିବା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏପ୍ରିଲ ମାସ ଶେଷରେ ମନ୍ଦିର ଆସି ଆଗାମୀ ଯାତ୍ରା ପାଇଁ କରାଯାଉଥିବା ପ୍ରସ୍ତୁତି ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ସହ କେଦାରନାଥ ଧାମରେ ନିର୍ମାଣ ହୋଇସାରିଥିବା ସରସ୍ୱତୀ ଆସ୍ତା ପଥର ନିରୀକ୍ଷଣ ମଧ୍ୟ କରିଥିଲେ ।

ସମ୍ବନ୍ଧିତ ଖବର