ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜୟ ପରେ ରାହୁଲ ଗାନ୍ଧି ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଥିଲେ, ଜନସାଧାରଣଙ୍କ ଶକ୍ତି କ୍ରୋନି କ୍ୟାପିଟାଲିଜିମ୍‌ର ଶକ୍ତିକୁ ପରାଜିତ କରିଛି। ରାହୁଲଙ୍କ ଏଭଳି ମନ୍ତବ୍ୟକୁ ଉପହାସ କରି ବିଜେପିର ଜାତୀୟ ମୁଖପାତ୍ର ଅମିତ ମାଲବୀୟ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଦଳର ସଭାପତି ପଦରୁ ଦୂରରେ ରଖିବା ହିମାଚଳରୁ କର୍ଣ୍ଣାଟକ ଯାଏ କଂଗ୍ରେସ ପାଇଁ କାମ କରିଛି। କର୍ଣ୍ଣାଟକ ବିଜୟ ପାଇଁ କଂଗ୍ରେସ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ଶ୍ରେୟ ଦେଉଥିବା ବେଳେ ମାଲବୀୟ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସେ ଭୋଟ ସେୟାରର ବି‌ଶ୍ଳେଷଣ କରି କହିଛନ୍ତି, କର୍ଣ୍ଣାଟକରେ ବିଜେପି ହାରିଥାଇପାରେ କିନ୍ତୁ ହଟିଯାଇ ନାହିଁ। ବିଜେପି, କଂଗ୍ରେସ ଓ ଜେଡିଏସ୍‌ର ୨୦୧୮ ଓ ୨୦୨୩ର ଭୋଟ ସେୟାରର ବିଶ୍ଳେଷଣ କରି ମାଲବୀୟ କହିଛନ୍ତି ଯେ ବିଜେପି ୨୦୧୮ରେ ୩୬.୨ ପ୍ରତିଶତ ଭୋଟ ପାଇଥିଲା ଏବଂ ୨୦୨୩ରେ ପାଇଛି ୩୫.୮ ପ୍ରତିଶତ। ଭୋଟ ସେୟାର ମାତ୍ର ୦.୪ ପ୍ରତିଶତ କମିଛି। କଂଗ୍ରେସର ଭୋଟ ସେୟାର ୪.୯ ପ୍ରତିଶତ ବୃଦ୍ଧି ପାଇ ୩୮.୧ରୁ ୪୨.୯ ପ୍ରତିଶତ ହୋଇଛି। ଅପରପକ୍ଷେ ଜେଡିଏସ୍‌ର ଭୋଟ ସେୟାର ୧୮.୩ରୁ ୧୩.୪ ପ୍ରତିଶତକୁ ହ୍ରାସ ପାଇଛି। ଏଥିରୁ ଜଣାପଡ଼ୁଛି ଜେଡିଏସ୍‌ର ଏହି ହ୍ରାସପ୍ରାପ୍ତ ଭୋଟ କଂଗ୍ରେସକୁ ଯାଇଛି। ଏଣୁ ବିଜେପିରୁ ବେଶି ଭୋଟ କଂଗ୍ରେସକୁ ଯାଇ ନାହିଁ ବୋଲି ମାଲବୀୟ କହିଛନ୍ତି।