ମତେ ହତ୍ୟା ପାଇଁ ଷଡ଼ଯନ୍ତ୍ର ଚାଲିଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଗତକାଲି ହୋଇଥିବା ଲଙ୍କାଗୁଣ୍ଡ ମାଡ଼ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ମୁହଁ ଖୋଲିଛନ୍ତି। କେଜ୍ରିୱାଲ୍‌ କହିଛନ୍ତି, ଦୁଇବର୍ଷ ମଧ୍ୟରେ ମୋ ଉପରେ ୪ ଥର ଆକ୍ରମଣ କରାଯାଇଛି। ଏହା ଆଦୌ ସାଧାରଣ କଥା ନୁହେଁ। ଷଡ଼୍‌ଯନ୍ତ୍ର କରାଯାଇ ଏଭଳି କରାଯାଉଛି। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଆକ୍ରମଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ପରୋକ୍ଷରେ ବିଜେପିକୁ ଇଙ୍ଗିତ କରି କେଜ୍ରିୱାଲ୍‌ କହିଛନ୍ତି, ସେମାନଙ୍କ ରାସ୍ତାରେ ଆମେ ପ୍ରତିବନ୍ଧକ ସାଜିଛୁ। ତେଣୁ ସେମାନେ ମତେ ମାରିଦେବାକୁ ଚାହୁଛନ୍ତି। ବୋଧହୁଏ ତାଙ୍କୁ ଜୀବନରୁ ମାରିଦେବାକୁ ବଡ଼ ଧରଣର ଷଡ଼୍‌ଯନ୍ତ୍ର ଚାଲିଛି ବୋଲି କେଜ୍ରିୱାଲ୍‌ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆମ୍‌ ଆଦ୍‌ମି ପାର୍ଟିର ବରିଷ୍ଠ ନେତା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ପ୍ରରୋଚନାରେ ହିଁ ଏହି ଆକ୍ରମଣ ହୋଇଥିବା ସିଧା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର