୩୧ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ଲକ ଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୨୩ ତାରିଖ ସକାଳ ୬ଟାରୁ ୩୧ତାରିଖ ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହି ଘୋଷଣା କରିଛନ୍ତି।

ଲକ ଡାଉନ ଘୋଷଣା କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ଦିଲ୍ଲୀରେ ବର୍ତମାନ ୨୭ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେ ମଧ୍ୟରୁ ୨୧ଜଣ ବିଦେଶରୁ ଫେରିଛନ୍ତି | ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏବଂ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ଲକ ଡାଉନ ଘୋଷଣା କରାଯାଉଛି |

ଏହି ସମୟ ମଧ୍ୟରେ ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଦିଲ୍ଲୀକୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବନ୍ଦ ରହିବ| ଦିଲ୍ଲୀରେ ଲକଡାଉନ୍ ଅବଧିରେ ଘରୋଇ ବସ୍, ଅଟୋ, ଇ-ରିକ୍ସା ସହିତ କୋଣସି ସାଧାରଣ ପରିବହନ ସେବାକୁ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ |

୨୫%ଡିଟିସି ବସ୍ ଚଳାଚଳ ଅତ୍ୟାବଶ୍ୟକ ସେବାରେ ଜଡିତ ଲୋକଙ୍କୁ ପରିବହନ କରିବା ପାଇଁ ଦିଲ୍ଲୀ ରାସ୍ତାରେ ଯାତାୟାତ କରିବ | ସମସ୍ତ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ କିନ୍ତୁ ଉଭୟ ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ ଡ୍ୟୁଟିରେ ଥିବା ବିବେଚିତ ହେବେ | କମ୍ପାନିଗୁଡିକ ସେମାନଙ୍କୁ ଏହି ଅବଧି ପାଇଁ ଦରମା ପ୍ରଦାନ କରିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ |

ସମ୍ବନ୍ଧିତ ଖବର