ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଏବେ ବଦଳି ଯାଇଥିବା ଆଲୋଚନା ହେଉଛି । ବୋଧହୁଏ ବିଭିନ୍ନ ବ୍ୟକ୍ତି ତାଙ୍କ ନାମରେ କରିଥିବା ମାନହାନୀ ମକଦ୍ଦମା ତାଙ୍କୁ ଚୁପ ରହିବାକୁ ବାଧ୍ୟ କରିଛି । ଏବେ ସେ ଜଣ ଜଣ କରି ସମସ୍ତଙ୍କୁ କ୍ଷମା ମାଗୁଛନ୍ତି । କିଛିଦିନତଳେ ଅକାଳିଦଳ ନେତା ବିକ୍ରମ ସିଂ ମାଜିଥିଆଙ୍କୁ ଲିଖିତ କ୍ଷମା ପ୍ରାର୍ଥନା କରିବା ପରେ ଆଜି ସେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କୁ ଲିଖିତ କ୍ଷମା ମାଗି ଆଇନଗତ ମାମଲା ବନ୍ଦ ପାଇଁ ଅନୁରୋଧ କରିଛନ୍ତି । ଦୁଇତିନି ବର୍ଷ ତଳେ ଅରବିନ୍ଦଙ୍କର ଏକ ଭିନ୍ନ ପ୍ରକାରର ରୂପ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀ ଅରୁଣ େଜେଟଲୀ, ଗଡକରୀ ସମସ୍ତଙ୍କୁ ସେ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲେ । କିନ୍ତୁ ଏପରି ଆରୋପ ଲଗାଉଥିଲେ ମଧ୍ୟ ତାଙ୍କ ପାଖରେ କିଛି ପ୍ରମାଣ ନଥିଲା । ଏଣୁ କୋର୍ଟରେ ଏପରି ମାମଲାଗୁଡ଼ିକରେ ପରାଜୟ ନିଶ୍ଚିତ ହୋଇଥିବାରୁ ସେ ଏବେ କ୍ଷମା ମାଗିଚାଲିଛନ୍ତି । ଖୁବଶୀଘ୍ର ସେ ଅରୁଣ ଜେଟଲୀଙ୍କୁ ମଧ୍ୟ କ୍ଷମା ମାଗିପାରନ୍ତି ବୋଲି ଆଲୋଚନା ହେଉଛି । ଗୋଟିଏ ପଟେ କେଜରିଓ୍ଵାଲ କ୍ଷମା ମାଗୁଥିବାବେଳେ ଏହାକୁ ନେଇ ତାଙ୍କ ଦଳରେ ଅସନ୍ତୋଷ ବଢିଚାଲିଛି । ମାଜିଥିଆଙ୍କୁ କ୍ଷମା ମାଗିବା ପରେ ତାହାକୁ ବିରୋଧ କରି ଆପ୍‌ର ପଂଜାବ ମୁଖ୍ୟ ଭଗବନ ମାନ ନିଜର ପଦଛାଡିଥିଲେ ।