ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପରେ ଶନିବାର ଏକ ପଦଯାତ୍ରା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛି ଆପ୍ ।
କେଜ୍ରିୱାଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିଜେପି ଜାଣିଛି ଯେ ସେମାନେ ନିର୍ବାଚନରେ କେଜ୍ରିୱାଲଙ୍କୁ ପରାସ୍ତ କରିପାରିବେ ନାହିଁ ତେଣୁ ସେମାନେ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ଜେଲରେ ଥିବାବେଳେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଔଷଧକୁ ବିଜେପି ବନ୍ଦ କରିଦେଇଥିଲା।
ଆତିଶୀ କହିଛନ୍ତି, ଦିଲ୍ଲୀବାସୀ କେଜ୍ରିୱାଲଙ୍କୁ ଭଲ ପାଆନ୍ତି । ଦିଲ୍ଲୀବାସୀ କାମ ବନ୍ଦ ହେବା ଯୋଗୁଁ ହଇରାଣ ହେଉଛନ୍ତି। ଯଦି କେଜ୍ରିୱାଲଙ୍କର କିଛି ହୁଏ, ତେବେ ଦିଲ୍ଲୀବାସୀ ବିଜେପିକୁ ଛାଡ଼ିବେ ନାହିଁ। ସେ କେବଳ ଦିଲ୍ଲୀର ନେତା ନୁହଁନ୍ତି ବରଂ ତାଙ୍କ ପୁଅ । ଯେତେବେଳେ ବି ତାଙ୍କ ଉପରେ ଆକ୍ରମଣ ହୋଇଛି, ଏହା ପଛରେ ବିଜେପି ଲୋକଙ୍କ ହାତ ରହିଛି।
ସେହପରି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ଆଜି ଦେଶର ବାତାବରଣ ଏମିତି ଯେ ଯଦି କେହି ଭାରତୀୟ ଜନତା ପାର୍ଟି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି, ତେବେ ତାଙ୍କୁ ନିପାତ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଛି। ଏହି ସ୍ୱାଧୀନ ଦେଶରେ ବିରୋଧୀଙ୍କ ସ୍ୱରକୁ ଏଭଳି ଭାବେ ଦମନ କରାଯିବ କି? ଏହା ବହୁତ ବଡ଼ କଥା ଯେ ଭାରତୀୟ ଜନତା ପାର୍ଟିର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିଥିଲେ। ଏଭଳି କାର୍ଯ୍ୟକୁ ଆମେ ବରଦାସ୍ତ କରିବୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2022/04/kejriwal.jpg)