ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଦିଲ୍ଳୀ ବାସିନ୍ଦାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀ ବାସିନ୍ଦାମାନେ ଯଦି ପ୍ରତି ମାସରେ ୨୦୦ ୟୁନିଟ୍‌ରୁ ଅଧିକ ବିଦ୍ୟୁତ୍‌ ବ୍ୟବହାର ନ କରିବେ ତେବେ ସେମାନଙ୍କୁ ବିଦ୍ୟୁତ୍‌ ବିଲ୍‌ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ୨୦୧ରୁ ୪୦୦ ୟୁନିଟ୍‌ ବିଦ୍ୟୁତ ଜାଳିବେ ସେମାନେ ଏହାର ଅଧା ବିଲ୍‌ ଦେବେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଆଜି ଏଭଳି ଏକ ବଡ଼ ଘୋଷଣା କରିଛନ୍ତି। ତେବେ ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ କେଜ୍ରିୱାଲ୍‌ ବିଦ୍ୟୁତ୍‌ ବିଲ୍‌ କ୍ଷେତ୍ରରେ ଲୋକମାନଙ୍କୁ ରିହାତି ପ୍ରଦାନ କରିଛନ୍ତି। ଏଥିପାଇଁ ଦିଲ୍ଲୀ ସରକାରଙ୍କୁ ବା‌ର୍ଷିକ ୧୮୦୦ରୁ ୨୦୦୦ କୋଟି ଟଙ୍କାର ବୋଝ ପଡ଼ିବ।