ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବ୍ୟକ୍ତିଗତ କାର ସଚିବାଳୟ ନିକଟରୁ ଚୋରି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କର ବ୍ୟକ୍ତିଗତ କାର ଗୁରୁବାର ଅପରାହ୍ନରେ ସଚିବାଳୟ ନିକଟରୁ ଚୋରି ହୋଇଛି। ଜାତୀୟ ଗଣମାଧ୍ୟରୁ ଏହି ରିପୋର୍ଟ ଜଣାପଡ଼ିଛି। କେଜ୍ରିଓ୍ଵାଲଙ୍କ ନୀଳ ରଙ୍ଗର ଓ୍ଵାଗନର କାର ଚୋରି ହୋଇଛି। ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଏହି କାରକୁ କିଣିଥିଲେ। ବର୍ତମାନ କେଜ୍ରିଓ୍ଵାଲ ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଓ୍ଵଗନର କାର ଅଦ୍ଭୁତ ଥିଲା। କେଜ୍ରିଓ୍ଵାଲ ଏହି କାର ବ୍ୟବହାର କରି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ।

ସମର୍ଥକ କହିଲେ: ଚୋରି ହୋଇଥିବା କାର ମୋର, ଫେରାଇ ଦିଅ

  • ଆମ ଆଦମୀ ପାର୍ଟିର ଜଣେ ସମର୍ଥକ କହିଛନ୍ତି, ଚୋରି ହୋଇଥିବା କାର ମୋର। ସମର୍ଥକ ଜଣକ ୨୦୧୫ରେ ଦାବି କରିଥିଲେ ଯେ, ସେ ୨୦୧୩ରେ କେଜ୍ରିଓ୍ଵାଲଙ୍କୁ ଉପହାର ଦେଇଥିଲେ। ଦଳୀୟ ବିବାଦକୁ ନେଇ କୁନ୍ଦନ ଶର୍ମା ନାମକ ଜଣେ ବ୍ୟକ୍ତି କହିଥିଲେ, ମୋର କାର ଫେରାଇ ଦିଅ। କୁନ୍ଦର ଜଣେ ସଫ୍ଟେଓ୍ଵର ଇଞ୍ଜିନିୟର ଅଟନ୍ତି।
  • କୁନ୍ଦନ କହିଥିଲେ, ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବଙ୍କୁ ପାର୍ଟିରୁ ବାହାର କରିବା ନେଇ ମୁଁ ଦୁଃଖିତ। ସେ ଟ୍ଵିଟ କରି କହିଥଲେ, ସେ କେଜ୍ରିଓ୍ଵାଲଙ୍କୁ ତାଙ୍କର ପ୍ରତିଶ୍ରୁତି ମନେ ପକାଇ ଦେଉଛନ୍ତି।
  • କେଜ୍ରିଓ୍ଵାଲ ପ୍ରଥମ ଥର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଥିଲେ। ସେହି ସମୟରେ ସେ ଏହି କାରକୁ ବ୍ୟବହାର କରୁଥିଲେ। ପରେ ସେ ଏହି କାରକୁ ହରିୟାଣାର ଆପ୍‌ ନେତା ନବୀନ ଜୟହିନ୍ଦଙ୍କୁ ଦେଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ନବୀନ ଏହି କାରକୁ ରୋହତକରେ ନିର୍ବାଚନ ପ୍ରଚାର ବେଳେ ବ୍ୟବହାର କରୁଥିଲେ।

ଆପ୍‌ ନେତା କ’ଣ କହିଲେ?
କୁନ୍ଦନ କାର ମାଗିଛନ୍ତି। ଏହି ଘଟଣାକୁ ନେଇ ଆପ୍‌ ନେତା ଆଶୁତୋଷ କହିଥିଲେ, ମୁଁ ପ୍ରଥମ ଥର ଶୁଣୁଛି ଯେ, ଉପହାରରେ ଦେଇଥିବା ଜିନିଷକୁ ମଗାଯାଉଛି।

ସମ୍ବନ୍ଧିତ ଖବର