ହନୁମାନଜୀଙ୍କ ଆଶୀର୍ବାଦରୁ ମିଳିଥିବା ବିଜୟକୁ ପତ୍ନୀଙ୍କୁ ଜନ୍ମଦିନ ଭେଟି ଦେଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଳୀରେ ପୁଣି କ୍ଷମତାକୁ ଫେରିଛନ୍ତି ଅରବିନ୍ଦ କେଜ୍ରିୱାଲ୍‌। ବିଜୟର ଉତ୍ସବ ପାଳୁଛି ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)। କେଜ୍ରିୱାଲ୍‌ଙ୍କ ପାଇଁ ଦିନଟି ବିଭିନ୍ନ ଆଡୁ ଶୁଭଙ୍କର। ଆପଣ ଜାଣିଥିବେ ନିଶ୍ଚୟ ଯେ ସେ ଜଣେ ହନୁମାନ ଭକ୍ତ। ଏପରିକି ନିକଟରେ ସେ ନିର୍ବାଚନ ପୂର୍ବରୁ ହନୁମାନ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଥିବା କାରଣରୁ ବିଜେପି  ଦ୍ବାରା ସମାଲୋଚିତ ବି ହୋଇଥିଲେ। ଯୋଗକୁ ଆଜି ବଜରଙ୍ଗବାଲୀଙ୍କ ବାର(ମଙ୍ଗଳବାର)। ଖାଲି ସେତିକି ନୁହେଁ, ଆଜି କେଜ୍ରିୱାଲ୍‌ଙ୍କ ପତ୍ନୀଙ୍କ ଜନ୍ମଦିନ ମଧ୍ୟ। ସେ ନିଜର ପତ୍ନୀଙ୍କୁ ତାଙ୍କ ଜନ୍ମଦିନର ଉପହାର ଭାବେ ‘ଦିଲ୍ଲୀ ବିଜୟ’ ଭେଟି ଦେଇଛନ୍ତି। ହନୁମାନଜୀଙ୍କ ଆଶୀର୍ବାଦ ଫଳକୁ ସେ ତାଙ୍କ ପତ୍ନୀଙ୍କୁ ସମର୍ପି ଦେଇ ବେଶ୍‌ ନିଆରା ଢଙ୍ଗରେ ଲୋକମାନଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି।

ନିଜର ବିଜୟ ପରେ ଖୁସିରେ  କେଜ୍ରିୱାଲ୍‌ କହିଥିଲେ, ‘ଆଜି ହଉଛି ଭଗବାନ ହନୁମାନଜୀଙ୍କ ଦିନ, ସେ ଦିଲ୍ଲୀବାସୀଙ୍କୁ ଆଶୀର୍ବାଦ ଦେଇଛନ୍ତି। ମୁଁ ପ୍ରାର୍ଥନା କରୁଛି କି ହନୁମାନଜୀ ଆମକୁ ଉଚିତ୍‌ ମାର୍ଗ ଦେଖାନ୍ତୁ। ଫଳରେ ମୁଁ ଆଗକୁ ୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିପାରିବି।’

ବିଧିବଦ୍ଧଭାବେ ଫଳାଫଳ ଘୋଷଣା ହୋଇନଥିଲେ ବି ଟ୍ରେଣ୍ଡ ମୁତାବକ ଦିଲ୍ଳୀ ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି ଆପ୍ । ଆଉ କ୍ରମାଗତ ଭାବେ ତୃତୀୟଥର ପାଇଁ ସରକାର ଗଢ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ । ସବୁଠାରୁ ବଡ଼କଥା ହେଲା, କେଜ୍ରିୱାଲଙ୍କ ପତ୍ନୀ ସୁନିତାଙ୍କ ଜନ୍ମଦିନ ଅବସରରେ ଆପକୁ ମିଳିଛି ବଡ଼ ବିଜୟ । ତେଣୁ ଏହି ଦିଲ୍ଲୀ ବିଜୟ ତାଙ୍କ ଧର୍ମପତ୍ନୀ ସୁନିତାଙ୍କୁ ଭେଟି ଦେଇଛନ୍ତି ଜେଜ୍ରିୱାଲ ।

Business Today

ଲଗାତାର ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ଗାଦିରେ ବସିବାକୁ ଯାଉଛନ୍ତି କେଜ୍ରିୱାଲ । ଏଭଳି ଐତିହାସିକ ବିଜୟ ଖୁସିକୁ ଦୁଇଗୁଣା କରିଛି ତାଙ୍କ ପତ୍ନୀଙ୍କ ୫୪ତମ ଜନ୍ମଦିନ । ସୋସିଆଲ ମିଡ଼ିଆରେ ସୁନିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଥିବାବେଳେ ତାଙ୍କୁ କେଜ୍ରିୱାଲ ଦେଇଛନ୍ତି ନିଆରା ଉପହାର । ଆପ୍ ପାର୍ଟି ଅଫିସରେ କର୍ମକର୍ତ୍ତାଙ୍କ ସହ କେକ୍ କାଟି ମିଠା ଖୁଆଇ ପତ୍ନୀଙ୍କ ଜନ୍ମଦିନ ପାଳିଛନ୍ତି କେଜ୍ରିୱାଲ ।

ବିଗତ ଦିନରେ ହୋଇଥିବା ଦିଲ୍ଲୀ ନିର୍ବାଚନ ଭଳି ଚଳିତ ନିର୍ବାଚନ ଟିକେ ଟକ୍କର ହେବ ବୋଲି ଆଶା କରାଯାଉଥିଲା । କାରଣ ନିକଟରେ ମୋଦି ସରକାରଙ୍କ ବଡ଼ ବଡ଼ ବିଲ୍ ଏବଂ ଐତିହାସିକ ପଦକ୍ଷେପ ଦିଲ୍ଲୀବାସୀଙ୍କୁ ପ୍ରଭାବିତ କରିପରିଥାନ୍ତା । କିନ୍ତୁ ଦିଲ୍ଲୀବାସୀଙ୍କ ଉପରେ ମୋଦୀ ମ୍ୟାଜିକ୍ ଟିକିଏ ବି କାମ ଦେଲାନି ତେଣୁ ଏଭଳି ଶୋଚନୀୟ ପରାଜୟ ବିଜେପିକୁ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର