ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀଓ୍ଵାଲ ପୁଣି ଥରେ ଅଡୁଆରେ ପଡିଯାଇଛନ୍ତି। ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମରା ଘଟଣାରେ ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଆସନ୍ତା ୧୮ ତାରିଖରେ ଜେରା କରିବ। ଏନେଇ କେଜ୍ରିଓ୍ଵାଲଙ୍କୁ ନୋଟିସ ପଠାଯାଇଥିବା ଆଡିସନାଲ ଡିଜିପି ହରେନ୍ଦ୍ର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ଫ୍ରେବୃଆରି ୧୯ ତାରିଖ ଦିନ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ବାସଭବନରେ ଚାଲିଥିବା ଏକ ବୈଠକରେ ସଚିବ ଅଂଶୁଙ୍କୁ ମାରପିଟ କରିଥିଲେ। ମେଡିକାଲ ଯାଂଚରେ ମଧ୍ୟ ତାଙ୍କୁ ମାଡ ମରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ସଫେଇ ଦେଇ ଫେବୃଆରି ୨୦ ଦିନ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାରେ ସଚିବ ଅଂଶୁଙ୍କ ଭୁଲ ଥିବା ଦଳ କହିଥିଲା। ତେବେ କେଜ୍ରିଓ୍ଵାଲଙ୍କ କିଛି ନେତା ଦଳରେ ଗୁଣ୍ଡାଗିରି କରୁଥିବା ନେଇ ମଧ୍ୟ ସଚିବ ଅଂଶୁ ଅଭିଯୋଗ କରିଥିଲେ।
ଜେରା ହେବେ କେଜ୍ରିଓ୍ଵାଲ
/sambad/media/post_attachments/wp-content/uploads/2018/05/Kejriwal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)