ରାଜକୋଟ : ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେଜସ୍ବୀ ସୂର୍ଯ୍ୟ କହିଛନ୍ତି, କେଜ୍ରିୱାଲ ହେଉଛନ୍ତି ଦେଶରେ ସବୁଠୁ ବଡ଼ ୟୁଟର୍ନ ନେତା। କେଜ୍ରିୱାଲଙ୍କ ମାଗଣା ପ୍ରତିଶ୍ରୁତି ଏବଂ ମଦ ରାଜନୀତିକୁ ଗୁଜରାଟରେ ଯୁବଗୋଷ୍ଠୀ ପ୍ରତ୍ୟାଖ୍ୟାନ କରିବେ। ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ୍)ର ଜାତୀୟ ସଭାପତି କହିଛନ୍ତି, କେଜ୍ରିୱାଲଙ୍କ ରାଜନୀତିରେ ବିଶ୍ବସନୀୟତା ଏବଂ ନିଷ୍ଠା ନାହିଁ। ରାଜକୋଟରେ କେଜ୍ରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ତେଜସ୍ବୀ ସୂର୍ଯ୍ୟ ସାମ୍ବାଦିକମାନଙ୍କୁ କହିଛନ୍ତି, ଆପ୍ ନେତାମାନେ ଉତ୍ତମ ସ୍କୁଲ୍, ମୋହଲ୍ଲା କ୍ଲିନିକ୍ ଏବଂ ସ୍ବଚ୍ଛ ରାଜନୀତି କଥା କହୁଛନ୍ତି। କିନ୍ତୁ ଏ ବାବଦ ବିଭ୍ରାନ୍ତି ଏବେ ଆପ୍ର ମୁଖା ଖୋଲିଦେଇଛି ।
କେଜ୍ରିୱାଲ ଦେଶର ସବୁଠୁ ବଡ଼ ୟୁଟର୍ନ ନେତା: ତେଜସ୍ବୀ ସୂର୍ଯ୍ୟ
/sambad/media/post_attachments/wp-content/uploads/2022/09/kejariwal.jpg)