ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ତୀବ୍ର ହୋଇଛି ପୋଷ୍ଟର ଯୁଦ୍ଧ। ବିଜେପି ଓ ଆମ ଆଦମୀ ପାର୍ଟି ଉଭୟ ଦଳ ପୋଷ୍ଟର ସେୟାର କରି ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି।
ବିଜେପି ପୋଷ୍ଟର ପରେ ପୋଷ୍ଟର ସେୟାର କରି ଆପର ଦୁର୍ନୀତି ସାମ୍ନାକୁ ଆଣିବାରେ ଲାଗିପଡ଼ିଛି। ଏହି କ୍ରମରେ ଆପ ବି ପୁଷ୍ପା ଷ୍ଟାଇଲରେ ବିଜେପିକୁ ଘେରି ଚାଲିଛି।
ଗତ ଶନିବାର ବିଜେପି ଏକ ପୋଷ୍ଟର ସେୟାର କରି ‘ଆପ’ ସରକାର ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରିଥିଲା। ଏହି ପୋଷ୍ଟରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ବି ଲାଗିଛି। ଏହି ଫଟୋର କ୍ୟାପସନରେ କେଜ୍ରିୱାଲଙ୍କ ଦୁର୍ନୀତିର ବୁଢ଼ିଆଣୀ ଜାଲ ସହ ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ୍, ସିକ୍ୟୁରିଟି, ରାସନ, ପାନିକ୍ ବଟନ, ଶୀଶମହଲ, ଔଷଧ, ଦିଲ୍ଲୀ ଜଳ ବୋର୍ଡ, କ୍ଲାସରୁମ୍ ଏବଂ ସିସିଟିଭି ଘୋଟାଲାକୁ ଦର୍ଶାଯାଇଥିଲା।
केजरीवाल के घोटालों का मकड़जाल 😳👇#AAP_के_घोटालेpic.twitter.com/waqQXWCF3S
— BJP Delhi (@BJP4Delhi) December 7, 2024
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/08/OEMlk31ZkvM4N5y66X19.jpg)