ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ଏକେ ଆପ୍‌’

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ନିଜ ନାମରେ ଏକ ନୂତନ ମେବାଇଲ୍‌ ଆପ୍‌ ଆରମ୍ଭ କରିଛନ୍ତି। ଏହାର ନାମ ‘ଏକେ ଆପ୍‌’ (ଅରବିନ୍ଦ କେଜେରିୱାଲ୍‌ ଆପ୍‌)। ଏହି ମୋବାଇଲ୍‌ ଆପ୍‌ ମାଧ୍ୟମରେ ଦିଲ୍ଲୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କିତ ତଥ୍ୟ ଉପସ୍ଥାପନ କରାଯିବ ବୋଲି କେଜ୍ରିୱାଲ୍‌ କହିଛନ୍ତି। ଗୁଗଲ୍‌ ପ୍ଲୋ ଷ୍ଟୋର୍‌ରୁ ଡାଉନ୍‌ଲୋଡ କରି ଯେ କେହି ଏହି ଆପ୍‌ର ବ୍ୟବହାର କରିପାରିବେ। ଏହା ଉଭୟ ଇଂରାଜି ଓ ହିନ୍ଦୀ ଭାଷାରେ ଉପଲବ୍‌ଧ। ଏହି ଆପ୍‌ ଜରିଆରେ ତାଙ୍କ ସରକାର ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ରହିବେ ଏବଂ ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚି ପାରିବ ବୋଲି କେଜ୍ରିୱାଲ୍‌ ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର