ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି । ଆମ ଆଦମି ପାର୍ଟି ଉପରେ ଦିଲ୍ଲୀବାସୀ ପୁଣି ଭରସା କରିଛନ୍ତି । ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ପୁଣି ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି । ନୂଆଦିଲ୍ଲୀ ଆସନରୁ ଲଢୁଥିବା କେଜ୍ରିଓ୍ଵାଲ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସୁନୀଲ କୁମାର ଯାଦବଙ୍କଠାରୁ ୧୧,୮୪୩ ଭୋଟରେ ଆଗୁଆ ଅଛନ୍ତି ।
ତେବେ ତାଙ୍କ ଡେପୁଟୀ ମନିଷ ସିସୋଦିଆ ପଛେଇଯାଇଛନ୍ତି । ପତପରଗଞ୍ଜ ନିର୍ବାଚନ ମଣ୍ଡଳୀରେ ସେ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗୀଙ୍କଠାରୁ ୫୫୬ ଭୋଟରେ ପଛୁଆ ଅଛନ୍ତି । ଆପର ଆଉ ଜଣେ ଚର୍ଚ୍ଚିତ ପ୍ରାର୍ଥୀ ଅମାନାତୁଲ୍ଲା ଖାଁ ବିଜେପିର ବ୍ରହ୍ମ ସିଂଙ୍କଠାରୁ ୧୩,୬୩୧ ଭୋଟରେ ଆଗୁଆ ଅଛନ୍ତି । ଆପର ରାଘବ ଚଢା ବିଜେପିର ସର୍ଦାର ଆରପି ସିଂଙ୍କଠାରୁ ୧୭୩୯୨ ଭୋଟରେ ଅଗୁଆ ଅଛନ୍ତି ।
ବିଜେପିର ବିବାଦୀୟ ନେତା ତଥା ଗତ ନିର୍ବାଚନରେ ଆପ ଟିକେଟରେ ଲଢି ଜିତିଥିବା କପିଲ ମିଶ୍ର ଏଥର ପଛେଇଯାଇଛନ୍ତି । ସେ ଆପ୍ ଦଳର ଅଖିଳେଶ ପତି ତ୍ରିପାଠୀଙ୍କଠାରୁ ୧୧,୬୯୧ ଭୋଟରେ ପଛୁଆ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Kejriwal-Going-to-be-Win_Thumbnail.jpg)