କେଜ୍ରିଓ୍ବାଲ କହିଲେ… ଉପରାଜ୍ୟପାଳଙ୍କୁ ଶୁକ୍ରବାର ଭେଟିପାରିବି ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭି.କେ.ସାକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚାଲିଥିବା ବିବାଦ ସହିତ ସମସ୍ତେ ପରିଚିତ ଥିବେ । କିନ୍ତୁ ଏବେ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନା ପାଇଁ ଶୁକ୍ରବାର ଅପରାହ୍ଣ ୪ଟାରେ ଡକାଇଛନ୍ତି । ତେବେ ଏହି ଦିନ ଉପରାଜ୍ୟପାଳଙ୍କୁ ଭେଟି ହେବ ନାହିଁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଶୁକ୍ରବାର ଦିନ ପଞ୍ଜାବ ଯାଉଛନ୍ତି ଏବଂ ବୈଠକର ସମୟ ପରିବର୍ତ୍ତନ କରିବାକୁ ଏଲଜି ସାହିବଙ୍କୁ ଅନୁରୋଧ କରୁଛନ୍ତି। କେଜ୍ରିୱାଲଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, “ଧନ୍ୟବାଦ ଏଲଜି ସାହେବ। ମୁଁ ଆସନ୍ତାକାଲି ପଞ୍ଜାବ ଯାଉଛି । ଆମେ ମାନ୍ୟବର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଅନୁରୋଧ କରୁଛୁ ଯେ ଆମକୁ ବୈଠକ ପାଇଁ ଆଉ ଏକ ସମୟ ଦିଅନ୍ତୁ। ”

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶୁକ୍ରବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବାକୁ ସମୟ ଦେଇଥିଲେ।  ଏଲଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କହିଥିଲେ – ତାଙ୍କର ସମଗ୍ର କ୍ୟାବିନେଟ ଏବଂ ଯେକୌଣସି ୧୦ ଜଣ ବିଧାୟକ ତାଙ୍କୁ ଭେଟିବାକୁ ଆସିପାରିବେ ।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କ ସହ ଏଲଜିଙ୍କୁ ଭେଟିବା ପାଇଁ ଚାଲି ଚାଲି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ବାସଭବନରେ ପହଞ୍ଚିଥିଲେ। କିନ୍ତୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଥିଲେ ଯେ ୭୦-୮୦ ଲୋକଙ୍କ ପାଇଁ ହଠାତ୍ ବ୍ୟବସ୍ଥା ନାହିଁ, ତେଣୁ ବୈଠକ ହୋଇପାରିଲା ନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ୧୦ ଜଣ ବିଧାୟକଙ୍କୁ ନେଇ ଆସନ୍ତୁ ।

 

ସମ୍ବନ୍ଧିତ ଖବର