ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟାରେ କେଜ୍ରିୱାଲ୍ ମୋଦୀଙ୍କୁ ସଂସଦ ଭବନରେ ସାକ୍ଷାତ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନୂଆ କାର୍ଯ୍ୟକାଳ ଆରମ୍ଭ କରିବାପରେ ମୋଦୀଙ୍କ ସହ ଏହା କେଜ୍ରିୱାଲ୍ଙ୍କର ପ୍ରଥମ ସାକ୍ଷାତ। ଉଭୟଙ୍କ ମଧ୍ୟରେ ଆଜି ଦିଲ୍ଲୀ ହିଂସା ଏବଂ କରୋନା ଭାଇରସ୍ ମୁକାବିଲା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ମୋଦୀଙ୍କୁ ସାକ୍ଷାତ କରିବାପରେ କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ଯେଭଳି ଆଗକୁ କୌଣସି ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ କାର୍ଯ୍ୟ ଜାରି ରହିବ ଏବଂ ଯେଉଁମାନେ ଦଙ୍ଗା ପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଉଲ୍ଲେଖଯୋଗ୍ୟ କେଜ୍ରିୱାଲ୍ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ।
ମୋଦୀଙ୍କୁ ଭେଟିଲେ କେଜ୍ରିୱାଲ: ଦିଲ୍ଲୀ ହିଂସା, କରୋନା ଭାଇରସ୍ ନେଇ ଆଲୋଚନା
/sambad/media/post_attachments/wp-content/uploads/2020/03/kejriwal_modi_660_030320091313.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)