ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ତିହାର ଜେଲରୁ ମୁକୁଳିଛନ୍ତି। ଜେଲରୁ ବାହାରିବା ପରେ ସେ କହିଛନ୍ତି ଯେ ସେ ସାରାଜୀବନ ଲଢେଇ କରିଆସିଛନ୍ତି, ଆଗକୁ ବି ଲଢେଇ ଜାରି ରହିବ ।

Advertisment

 ନିଜର ସମର୍ଥକମାନଙ୍କୁ ସେ କହିଛନ୍ତି “ତାଙ୍କ ଜେଲର ଚାରି କାନ୍ଥ କେଜ୍ରିୱାଲର ଆତ୍ମବିଶ୍ବାସକୁ ଦୁର୍ବଳ କରିପାରିବ ନାହିଁ। ଭଗବାନ ମୋତେ ଯେପରି ବାଟ ଦେଖାଇଲେ ସେମିତି କରିବା ଜାରି ରଖନ୍ତୁ। ଦେଶକୁ ଦୁର୍ବଳ କରିବା ପାଇଁ କାମ କରୁଥିବା ଦେଶ ବିରୋଧୀ ଶକ୍ତି... ସାରା ଜୀବନ ମୁଁ ସେମାନଙ୍କ ବିରୋଧରେ ଲଢ଼େଇ କରିଆସୁଛି ଏବଂ ଜାରି ରଖିବି।“

ଏହାପୂର୍ବରୁ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରି ସୁପ୍ରିମ୍ କୋର୍ଟ କହିଛନ୍ତି ଯେ କେଜ୍ରିଓ୍ଵାଲଙ୍କୁ ଦୀର୍ଘ ଦିନ ଧରି ଜେଲରେ ରଖିବା ଅନ୍ୟାୟ ସ୍ୱାଧୀନତା ବଞ୍ଚିତ କରିବା ସମାନ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ଦିଲ୍ଲୀର ଏକ ଅଦାଲତ ଏହି ରିଲିଜ୍ ଆଦେଶ ଜାରି କରିଛନ୍ତି। ଏହାର କିଛି ସମୟ ପରେ କେଜ୍ରିୱାଲ ଜେଲରୁ ମୁକୁଳିଥିଲେ।
ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହେବା ପରେ କୋର୍ଟ ମେ ୧୦ରେ ନିର୍ବାଚନ ପ୍ରଚାର ପାଇଁ ଜାମିନ ମଞ୍ଜୁର କରିବା ସହ ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଜୁନ୍ ୨ ରେ କେଜ୍ରିୱାଲ ଆତ୍ମସମର୍ପଣ କରିଥିଲେ, ସେବେଠାରୁ ସେ ଜେଲରେ ଥିଲେ।