କେଜ୍ରିୱାଲଙ୍କୁ ପ୍ରଶ୍ନ କଲେ ମହିଳା- ‘ମଫଲର କୁଆଡେ ଗଲା’?

କେଜ୍ରିୱାଲଙ୍କ ଉତ୍ତର ଥଣ୍ଡା ପଡ଼ିନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଦଳର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଗୁଜୁରାଟ ସହିତ ଦିଲ୍ଲୀରେ ହେବାକୁ ଥିବା ମ୍ୟୁନିସପାଲ ନିର୍ବାଚନ ପାଇଁ ସେ ଲଗାତାର ପ୍ରଚାର କରୁଛନ୍ତି। ଏହି କ୍ରମରେ ସେ ବୁଧବାର ଦିଲ୍ଲୀରେ ଏକ ପଦଯାତ୍ରାରେ ଭାଗ ନେଇଥିଲେ | ଏହି ସମୟରେ ସେ ଲୋକଙ୍କ ସହ ଭେଟି ଆପକୁ ଭୋଟ ଦେବାକୁ ନିବେଦନ କରିଥିଲେ | ତେବେ ପଦଯାତ୍ରା ସମୟରେ ଜଣେ ମହିଳା ଏମିତି ଏକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ଦେଇ କେଜ୍ରିୱାଲ ହସି ଦେଇଥିଲେ | ବାସ୍ତବରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କର ମଫଲରକୁ ନେଇ ପ୍ରଶ୍ନ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଥଣ୍ଡା ପଡ଼ିଲେ କେଜ୍ରିୱାଲ ମଫଲର୍ ବ୍ୟବହାର କରୁଥିବା ବେଳେ ଏଯାଏଁ ସେ ମଫଲର୍ ପିନ୍ଧିନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।


ଆଜି ପଦଯାତ୍ରା ସମୟରେ ମହିଳା ଜଣକ କେଜ୍ରିୱାଲଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କାହିଁକି ମଫଲର ପିନ୍ଧୁ ନାହାନ୍ତି? ଏହା ପରେ ଅରବିନ୍ଦ କେଜ୍ରିୱାଲ ହସି ହସି କହିଥିଲେ ଯେ ଏପର୍ଯ୍ୟନ୍ତ ଥଣ୍ଡା ପଡ଼ିନାହିଁ, ତେଣୁ ସେ  ପିନ୍ଧି ନାହାନ୍ତି। ଏହା ପରେ ସେ ଲୋକଙ୍କ ସହ ସେଲଫି ନେଇଥିଲେ | ମହିଳା ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବାର୍ତ୍ତାଳାପ ଆମ୍ ଆଦମୀ ପାର୍ଟି ଦ୍ୱାରା ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରାଯାଇଛି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୂର୍ବରୁ ଅନେକ ଥର ସିବିଆଇକୁ କଟାକ୍ଷ କରି କେଜ୍ରିୱାଲ କହିଥିଲେ ଯେ ଯଦି ସିବିଆଇ ତାଙ୍କ ଘରେ ଖୋଜାଖୋଜି କରେ, ତେବେ ସେମାନେ କେବଳ ମଫଲର୍ ପାଇବେ, ଅନ୍ୟ କିଛି ନୁହେଁ।

ସମ୍ବନ୍ଧିତ ଖବର