ଦିଲ୍ଲୀରେ ଚାଲିଛି ଅଘୋଷିତ ରାଷ୍ଟ୍ରପତି ଶାସନ: ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ୍‌ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ଅଭିଯୋଗ ଆଣିଛନ୍ତି, ଆଇଏଏସ୍‌ ଅଧିକାରୀଙ୍କ ଅନଶନ ଯୋଗୁଁ ଦିଲ୍ଲୀରେ ଏକ ପ୍ରକାର ରାଷ୍ଟ୍ରପତି ଶାସନ ଚାଲିଛି। କେଜ୍ରିଓ୍ଵାଲ ଓ ତାଙ୍କର ୩ଜଣ ମନ୍ତ୍ରୀଙ୍କ ଉପ-ରାଜ୍ୟପାଳଙ୍କ ଅଫିସିଆଲ ନିବାସ ଓ କାର୍ଯ୍ୟାଳୟରେ ଅନଶନ ୬ଷ୍ଠ ଦିନରେ ମଧ୍ୟ ଜାରି ରହିଛି। ଆପ୍‌ ନେତା ଉପ ରାଜ୍ୟପାଳଙ୍କ ଠାରେ ଆଇଏଏସ୍‌ ଅଧିକାରୀଙ୍କ ଅନଶନ ଶେଷ କରିବାକୁ ଅଦେଶ ଦେବାକୁ ଦାବି କରିଛନ୍ତି। ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ବିକାଶ, ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଗୋପାଳ ରାୟ ସୋମବାର ଠାରୁ କେଜ୍ରିଓ୍ଵାଲଙ୍କ ସହିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଉଛନ୍ତି। ଜୈନ ଓ ସିସୋଦିଆ କ୍ରମାଗତ ଭାବରେ ମଙ୍ଗଳବାର ଓ ବୁଧବାର ଠାରୁ ଆମରଣ ଅନଶନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଟୁଇଟ୍‌ କରିଛନ୍ତି, ଆଇଏଏସ୍‌ ଅଧିକାରୀଙ୍କ ଅନଶନ ଦ୍ୱାରା ଦିଲ୍ଲୀରେ ଏକ ପ୍ରକାର ରାଷ୍ଟ୍ରପତି ଶାସନ ଲାଗୁ ହୋଇ ଯାଇଛି। କେଜ୍ରିଓ୍ଵାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଚାରିଥିଲେ ଯେ, କ’ଣ ସେ ନିଜର ଅଧିକାରୀଙ୍କ ସହିତ ବୈଠକରେ ସାମିଲ ନହୋଇ କାମ କରିପାରିବେ। ସେ ଆଇଏଏସ ଅଧିକାରୀଙ୍କ କଥିତ ଅନଶନ ମାମଲା ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ।

ସମ୍ବନ୍ଧିତ ଖବର