ନୂଆଦିଲ୍ଲୀ: ଦିଲ୍ଲୀରେ ପାନୀୟ ଜଳ ଯୋଗାଣରେ ବାଧା ସୃଷ୍ଟି କରିବାପାଇଁ ହରିୟାଣାରେ ବିଜେପି ସରକାର ଦିଲ୍ଲୀ ଆସୁଥିବା ଯମୁନା ନଦୀ ଜଳରେ ବିଷ ମିଶାଉଛି ବୋଲି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ। ତେବେ କେଜ୍ରିୱାଲଙ୍କର ଏହି ଅଭିଯୋଗ ଉପରେ ଇସି (ନିର୍ବାଚନ କମିସନ) ତାଙ୍କଠାରୁ ତଥ୍ୟଗତ ପ୍ରମାଣ ମାଗିଥିବାରୁ ଆଜି କେଜ୍ରିୱାଲ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜୀବ କୁମାର ଅବସର ପରବର୍ତ୍ତୀ ଚାକିରି ପାଇଁ ରାଜନୀତି କରୁଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ସେ କୁମାର ଏବଂ ତାଙ୍କ ନିର୍ବାଚନ କମିସନରଙ୍କୁ ୩ ବଟଲ ଯମୁନା ପାଣି ପଠାଇବେ ଏବଂ ସେମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପାଣି ପିଇବାପାଇଁ କେଜ୍ରିୱାଲ ଚ୍ୟାଲେଞ୍ଜ କରିଛନ୍ତି।
ଉଲ୍ଳେଖଯୋଗ୍ୟ, ଇସିଙ୍କ ଚିଠିର ଜବାବ ଦେଇ କେଜ୍ରିୱାଲ ସାର୍ବଜନୀନ ସ୍ବାର୍ଥ ପାଇଁ ଯମୁନା ବିଷ ଟିପ୍ପଣୀ ଦେଇଥିବା କହିବାରୁ ଇସି ଆଜି ତାଙ୍କୁ ପୁଣି ଆଉ ଏକ ନୋଟିସ୍ ପଠାଇଛନ୍ତି। ଏହାପରେ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନକୁ ଟାର୍ଗେଟ୍ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ନିର୍ବାଚନ କମିସନଙ୍କୁ ମୁଁ ପୂର୍ଣ୍ଣ ସମ୍ମାନର ସହ କହୁଛି ଯେ ସେମାନେ ଦିଲ୍ଲୀରେ ଖୋଲାଖୋଲି ଟଙ୍କା ଏବଂ କମ୍ବଳ ବଣ୍ଟା ହେଉଥିବା ଦେଖି ପାରୁନାହାନ୍ତି। ସେମାନେ ରାଜନୀତି କରୁଛନ୍ତି କାହିଁକି। କାରଣ ରାଜୀବ କୁମାର ଅବସର ପରବର୍ତ୍ତୀ ଚାକିରି ଚାହାନ୍ତି। ଯଦି ରାଜୀବ କୁମାର ଚାହିବେ ତେବେ ସେ ଦିଲ୍ଲୀର ଯେ କୌଣସି ଆସନରୁ ନିର୍ବାଚନ ଲଢ଼ିପାରିବେ ବୋଲି କେଜ୍ରିୱାଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/31/i3uj1zKpTOxvP0cUDyqB.jpg)