ଅମୃତସର : ପଂଜାବ ନିର୍ବାଚନୀ ଯୁଦ୍ଧ ଏବେ ରୋଚକ ସ୍ଥିତିରେ ପହଞ୍ଚିଥିବା ବେଳେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କୁ ଆଜି ଟାର୍ଗେଟ୍‌ କରିଛନ୍ତି। କେଜ୍ରିୱାଲ ଦାବି କରିଛନ୍ତି ଯେ ଦଳ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ମୁଖ୍ୟମନ୍ତ୍ରୀ ଚନ୍ନି ଉଭୟ ଆସନରେ ହାରୁଥିବା ଜଣାପଡ଼ିଛି। ଆପ୍‌ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ଆସନରେ ମଧ୍ୟ ସର୍ଭେ ଚାଲିଛି ବୋଲି କେଜ୍ରିୱାଲ କହିଛନ୍ତି। ବାଲି ଖନନ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଚନ୍ନି ନିଜେ ନିଜକୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

Advertisment

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଚନ୍ନି କେଜ୍ରିୱାଲଙ୍କ ସମସ୍ତ ଦାବି ଭିତ୍ତିହୀନ ଏବଂ ସେ ଜଣେ ମିଛୁଆ ବୋଲି କହିଛନ୍ତି। କେଜ୍ରିୱାଲ ସର୍ବଦା ଅନ୍ୟମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣନ୍ତି ଏବଂ ପରେ କ୍ଷମା ପ୍ରାର୍ଥନା କରନ୍ତି। ଏହା ତାଙ୍କର ଅଭ୍ୟାସ ହୋଇଥିଲେ ମଧ୍ୟ କେବଳ ମିଛ ଦ୍ବାରା କେହି ସରକାର ଗଠନ କରିପାରିବ ନାହିଁ ବୋଲି ଚନ୍ନି କହିଛନ୍ତି।