ଦିଲ୍ଲୀରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷରେ: କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଛି। ଗତ ସପ୍ତାହରେ ଲଗାତାର କିଛି ଦିନ ଧରି ଦିଲ୍ଲୀରେ ସଂକ୍ରମଣ ମାମଲା ୪ ହଜାରରୁ ଅଧିକ ରହିଲା। ତେବେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି ଯେ, ଦିଲ୍ଲୀରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି ବୋଲି କେଜ୍ରିୱାଲ୍‌ କହିଛନ୍ତି। ଆସନ୍ତା କିଛିଦିନ ମଧ୍ୟ‌ରେ ସଂକ୍ରମଣ କମିବ ବୋଲି ବିଶେଷଜ୍ଞ କହୁଥିବା କେଜ୍ରିୱାଲ୍‌ କହିଛନ୍ତି। ଜୁଲାଇ ୧ରୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ଦିଲ୍ଲୀରେ ସଂକ୍ରମଣ ମାମଲା ନିୟନ୍ତ୍ରଣରେ ଥିଲା। କିନ୍ତୁ ସେପ୍ଟେମ୍ବରରେ ସଂକ୍ରମଣ ବଢ଼ିଲା। ସେପ୍ଟେମ୍ବର ୧୭ରେ ନୂଆ ସଂକ୍ରମଣ ୪,୫୦୦ ଥିଲ। କିନ୍ତୁ ଏବେ ସଂକ୍ରମଣ ମାମଲା ଧୀରେଧୀରେ କମୁଛି।

ତେଣୁ ବିଶେଷଜ୍ଞମାନେ ଏହା ବିଶ୍ବାସ କରୁଛନ୍ତି ଯେ, ଦିଲ୍ଲୀରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। କେଜ୍ରିୱାଲ୍‌ କହିଛନ୍ତି, ଅଧିକ ପରିମାଣରେ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବାପରେ ଆମେ କେନ୍ଦ୍ର ସରକାର ଏବଂ ଏନ୍‌ଜିଓ ସହାୟତାରେ କରୋନାକୁ ନିୟନ୍ତ୍ରଣ କରିପାରିଲୁ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ଫଳପ୍ରଦ ହୋଇଛି ବୋଲି କେଜ୍ରିୱାଲ୍‌ କହିଛନ୍ତି। ସେପ୍ଟେମ୍ବର ୨୩ ସୁଦ୍ଧା ଦିଲ୍ଲୀରେ ମୋଟ୍‌ ସଂକ୍ରମଣ ମାମଲା ୨ ଲକ୍ଷ ୫୬ ହଜାର ୭୮୯ ଥିବାବେଳେ ୫ ହଜାର ୮୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ୨ ଲକ୍ଷ ୨୦ ହଜାର ୮୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର