କେଜ୍ରିୱାଲ୍‌ଙ୍କ ପତ୍ନୀ ସୁନୀତାଙ୍କ ଜନ୍ମଦିନ ଉପହାର ‘ଆପ୍‌ର ବିଜୟ’

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍‌ ପୁଣିଥରେ ବିଜୟ ହାସଲ କରିବା ପରେ ଏବେ ଦଳ ଉତ୍ସବ ମନାଉଛି। କିନ୍ତୁ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ପାଇଁ ଆଜି ଦୁଇ ଗୁଣ ଖୁସିର ଦିନ। ଆପ୍‌ର ବିଜୟ ଖୁସି ସହ କେଜ୍ରିୱାଲ୍‌ ତାଙ୍କ ପତ୍ନୀ ସୁନୀତାଙ୍କ ଜନ୍ମଦିନ ଉତ୍ସବ ମଧ୍ୟ ମନାଉଛନ୍ତି। ଆପ୍‌ର ବିଜୟ ଆଜି କେଜ୍ରିୱାଲ୍‌ଙ୍କ ତରଫରୁ ତାଙ୍କ ପତ୍ନୀଙ୍କ ପାଇଁ ଜନ୍ମଦିନ ଉପହାର ବୋଲି କୁହାଯାଇଛି। ସୁନୀତା ମଧ୍ୟ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବିଜୟ ତାଙ୍କ ଜନ୍ମଦିନରେ ସବୁଠୁ ବଡ଼ ଉପହାର। ଏହା ସତ୍ୟର ବିଜୟ। ଅରବିନ୍ଦଙ୍କ କଠିନ ପରିଶ୍ରମର ଫଳ। ଆମେ କେବଳ ତାଙ୍କୁ ସମର୍ଥନ କରିଛୁ ବୋଲି ସୁନୀତା କହିଛନ୍ତି। ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ରେ କାମ କରିଥିବା ସୁନୀତା ୨୦୧୬ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ସେ ନୂଆଦିଲ୍ଲୀରେ ଆଇଟିଏଟି ( ଇନକମ୍‌ ଟ୍ୟାକ୍ସ ଅପିଲେଟ୍‌ ଟ୍ରିବ୍ୟୁନାଲ୍‌)ରେ କମିସନର ଭାବେ ଦାୟିତ୍ବ ତୁଲାଇଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ସେ ୨୦ ବର୍ଷ ଚାକିରି କରିଛନ୍ତି।‌ ଏଥର ଆପ୍‌ର ପ୍ରଚାର ରଣନୀତି ପ୍ରସ୍ତୁତିରେ ମଧ୍ୟ ସୁନୀତାଙ୍କ ସଂପୃକ୍ତି ଥିଲା।

ସମ୍ବନ୍ଧିତ ଖବର